ରମେଶ ଜେନାଙ୍କ ନାଁରେ ଆଉ ଏକ ହତ୍ୟା ମାମଲା

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ନାଁରେ ପୁଣି ଏକ ହତ୍ୟା ଅଭିଯୋଗ ହୋଇଛି। ବ୍ରହ୍ମପୁର ଅଞ୍ଚଳର  ସିଦ୍ଧାର୍ଥ ବେହେରା ରମେଶଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ୨୦୧୩ ଏପ୍ରିଲ ୨ ତାରିଖରେ  ରମେଶଙ୍କ ସହଯୋଗୀ ଥିବା  ରାଜୁ ବେହେରା ଏବଂ ତାଙ୍କ ସାଙ୍ଗ ଗୁପ୍ତେଶ୍ୱର ପାଢ଼ୀଙ୍କର ଭୁବନେଶ୍ୱରର ପଳାଶୁଣୀ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ରସୁଲଗଡ଼ ପୋଲିସ୍‌ ଠାରୁ ଖବର ପାଇ ରାଜୁଙ୍କ ବାପା ସିଦ୍ଧାର୍ଥ ମୃତଦେହ ନେବା ପାଇଁ ପହଞ୍ଚିଥିଲେ। […]

ramesh

ramesh

Rakesh Mallick
  • Published: Sunday, 20 March 2016
  • Updated: 20 March 2016, 05:13 AM IST

Sports

Latest News

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ନାଁରେ ପୁଣି ଏକ ହତ୍ୟା ଅଭିଯୋଗ ହୋଇଛି। ବ୍ରହ୍ମପୁର ଅଞ୍ଚଳର  ସିଦ୍ଧାର୍ଥ ବେହେରା ରମେଶଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ୨୦୧୩ ଏପ୍ରିଲ ୨ ତାରିଖରେ  ରମେଶଙ୍କ ସହଯୋଗୀ ଥିବା  ରାଜୁ ବେହେରା ଏବଂ ତାଙ୍କ ସାଙ୍ଗ ଗୁପ୍ତେଶ୍ୱର ପାଢ଼ୀଙ୍କର ଭୁବନେଶ୍ୱରର ପଳାଶୁଣୀ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ରସୁଲଗଡ଼ ପୋଲିସ୍‌ ଠାରୁ ଖବର ପାଇ ରାଜୁଙ୍କ ବାପା ସିଦ୍ଧାର୍ଥ ମୃତଦେହ ନେବା ପାଇଁ ପହଞ୍ଚିଥିଲେ। ତେବେ ଦୁର୍ଘଟଣାଗ୍ରସ୍ତ ବାଇକ୍‌ରେ କୌଣସି କ୍ଷତ ଚିହ୍ନ ନ ଦେଖି ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରିଥିଲେ। ହେଲେ ସେହି ସମୟରେ ପୋଲିସ୍‌ ଠାରୁ ସେ କିଛି ସହଯୋଗ ପାଇ ନ ଥିବା ସିଦ୍ଧାର୍ଥ କହିଛନ୍ତି।

ତେଣୁ ଗତକାଲି ସେ ଭୁବନେଶ୍ୱର  କମିଶନରେଟ୍‌ ପୋଲିସ୍‌ ମୁଖ୍ୟ କାର୍ଯ୍ୟାଳୟରେ ଏନେଇ ଅଭିଯୋଗ କରିଛନ୍ତି। ତାଙ୍କ ପୁଅକୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି।  ଏହି ଘଟଣାର ପୁଣି ଥରେ ତଦନ୍ତ କରାଯାଉ ବୋଲି କମିଶନରଙ୍କୁ କହିଥିବା ସିଦ୍ଧାର୍ଥ କହିଛନ୍ତି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୨ରେ ରମେଶ ଜେନାଙ୍କ ନାଁରେ ବିଏନ୍‌ପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ଟାଉନ୍‌ ଥାନାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos