ରମେଶ ଜେନାଙ୍କୁ ୨ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ବ୍ରହ୍ମପୁର: ବ୍ରହ୍ମପୁର ଏଡିଜେ କୋର୍ଟ ଏକ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ବିଏନ୍‌ପୁର ଥାନା ପୋଲିସ୍‌କୁ ଅନୁମତି ଦେଇଛନ୍ତି। ଏଥିସହ ବ୍ରହ୍ମପୁର ମହାନଗର ନିଗମର କଂଗ୍ରେସ୍‌ କର୍ପୋରେଟର ରଞ୍ଜିତ ନାୟକ ଓ ଆର୍‌. ମୂରଲୀ ମୋହନଙ୍କୁ ମଧ୍ୟ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛି। ୨୦୧୪ ନଭେମ୍ୱର ୧ ତାରିଖରେ ଚମାଖଣ୍ଡି ଅଞ୍ଚଳରେ ବାବୁ ଶତପଥୀଙ୍କର ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ବାବୁଙ୍କ […]

ramesh

Rakesh Mallick
  • Published: Thursday, 27 October 2016
  • , Updated: 27 October 2016, 09:14 PM IST

ବ୍ରହ୍ମପୁର: ବ୍ରହ୍ମପୁର ଏଡିଜେ କୋର୍ଟ ଏକ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ବିଏନ୍‌ପୁର ଥାନା ପୋଲିସ୍‌କୁ ଅନୁମତି ଦେଇଛନ୍ତି। ଏଥିସହ ବ୍ରହ୍ମପୁର ମହାନଗର ନିଗମର କଂଗ୍ରେସ୍‌ କର୍ପୋରେଟର ରଞ୍ଜିତ ନାୟକ ଓ ଆର୍‌. ମୂରଲୀ ମୋହନଙ୍କୁ ମଧ୍ୟ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛି।

୨୦୧୪ ନଭେମ୍ୱର ୧ ତାରିଖରେ ଚମାଖଣ୍ଡି ଅଞ୍ଚଳରେ ବାବୁ ଶତପଥୀଙ୍କର ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ବାବୁଙ୍କ ଅପହରଣ ପରେ ହତ୍ୟା କରାଯାଇଥିବା ତାଙ୍କ ବାପା ବିଏନ୍‌ପୁର ଥାନାରେ ଅଭିଯୋଗ କରିଥିଲେ। ଏଥିରେ ସେ ରମେଶ, ମୂରଲୀ ଓ ରଞ୍ଜନଙ୍କୁ  ଅଭିଯୁକ୍ତ ଭାବେ ଦର୍ଶାଇ ଥିଲେ। ଏବେ ବିଭିନ୍ନ ମାମଲାରେ ଏହି ତିନି ଜଣ ଜେଲରେ ଅଛନ୍ତି।

Related story