ଭୁବନେଶ୍ୱର: ରାଉରକେଲାରୁ ଗିରଫ ୫ ସିମି ଆତଙ୍କବାଦୀଙ୍କ ପାକିସ୍ତାନ ଲିଙ୍କ ନେଇ ତଦନ୍ତ ଆଜିଠାରୁ ଆରମ୍ଭ ହୋଇଛି। ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ର)ର ସ୍ୱତନ୍ତ୍ର ଟିମ୍ ଆଜି ଏହି ଆତଙ୍କବାଦୀଙ୍କ ପାକିସ୍ତାନର ଆଇଏସ୍ଆଇ ଲିଙ୍କ ନେଇ ପଚରାଉଚରା ଆରମ୍ଭ କରିଛି। ଗିରଫ ଆତଙ୍କବାଦୀ ମେହବୁବ ଓରଫ ଗୁଡୁ ନିକଟରୁ ଜଣେ ହିନ୍ଦୁ ବ୍ୟକ୍ତି ନାମଧାରୀଙ୍କ ପ୍ୟାନ କାର୍ଡ ମିଳିଛି। ରାଞ୍ଚିରେ ଏହି କାର୍ଡ ପ୍ରସ୍ତୁତ ହୋଇଛି। ଝାରଖଣ୍ଡ ପୋଲିସର ଟିମ୍ ଏ ନେଇ ମେହବୁବ୍ଙ୍କୁ ପଚରାଉଚରା କରୁଛି। ସେହିଭଳି ଆତଙ୍କବାଦୀଙ୍କ କଲ୍ ଡିଟେଲ୍ସରୁ ସେମାନେ କୋଲ୍କୋତା ବାରମ୍ବାର ଯାଉଥିବା ଜଣାପଡିଛି। ଏ ନେଇ ପଶ୍ଚିମବଙ୍ଗରୁ ଆସିଥିବା ପୋଲିସ ଅଧିକାରୀମାନେ ଜେରା କରୁଛନ୍ତି।
ସେହିଭଳି ରାଉରକେଲାରେ ଆତଙ୍କବାଦୀଙ୍କୁ ସହାୟତା କରିଥିବା ବ୍ୟକ୍ତି ଝାରଖଣ୍ଡର ବୋଲି ଜଣାପଡିଛି। ତେଣୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ର ଏକ ଟିମ୍ ତଦନ୍ତ ଲାଗି ଝାରଖଣ୍ଡ ଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପୂର୍ବରୁ ବିଭିନ୍ନ ଲ୍ୟାବକୁ ପଠାଯାଇଥିବା ଜିନିଷର ଯାଞ୍ଚ ଶେଷ ହୋଇଛି। ଆସନ୍ତା ୩ରୁ୪ ଦିନ ମଧ୍ୟରେ ରିପୋର୍ଟ ଆସିବ ବୋଲି ଆଶା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭାଣିଜୀ ପ୍ରେମ ବିବାହ କଲା ବୋଲି ଭୋଜିରେ ବିଷ ମିଶାଇଦେଲା ମାମୁ
ଉପସ୍ଥିତ ଲୋକେ ଅଭିଯୁକ୍ତ ମାମୁକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଖସି ପଳାଇଛି।
Crime
ବ୍ରାଉନ୍ସୁଗର ପାଇଁ ମର୍ଡର! ମହିଳା ମାଷ୍ଟରମାଇଣ୍ଡ ସମେତ ୩ ଗିରଫ
ଜେଲ୍ରୁ ବାହାରିବା ପରେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ। ତାଙ୍କ ଜେଲ୍ ଯିବା ପଛରେ ସହଦେବ ନାୟକଙ୍କ ହାତ ଥିବା ସେ ସନ୍ଦେହ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ଯୋଜନା କରିଥିଲେ।
Crime
୧୭ ବର୍ଷ ପୂର୍ବେ ହୋଇଥିଲା 'ହତ୍ୟା'; ଏବେ ଜୀବନ୍ତ ଧରିଲା ପୁଲିସ
ଏହି ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ ମଧ୍ୟ କରାଗଲା। ସେମାନେ ହତ୍ୟା ଅଭିଯୁକ୍ତ ଭାବରେ ଜେଲରେ ସଜ୍ଜା କାଟିଲେ। ଏବେ ବିହାରର ସେହି ବ୍ୟକ୍ତିଙ୍କୁ ଝାନସୀରୁ ଜୀବନ୍ତ ଧରିଲା ପୁଲିସ।
Crime
ସରୋଜଙ୍କ ପରେ ହଂସିକାଙ୍କ ଆଉ ଜଣେ ସ୍ୱାମୀଙ୍କ ଘରେ IT
ମନୋଜଙ୍କ ଘରୁ ମିଳିଥିବା ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଧରି ବାଲିଗୁଡା ଷ୍ଟେଟ ବ୍ୟାଙ୍କ ଯାଇଥିଲେ ଆୟକର ବିଭାଗ ଟିମ୍। ସେଠାରେ ମଧ୍ୟ ତନାଘନା କରିଥିଲେ। ଗୋଟିଏ ଟିମ୍ ମନୋଜଙ୍କ ଘରେ ଖାନତଲାସୀ କରୁଥିବା ବେଳେ ଆଉ ଗୋଟିଏ ଟିମ୍ ବ୍ୟାଙ୍କରେ ଖୋଳତାଡ଼ କରିଥିଲା।
Crime
ନକ୍ସଲ ଖଞ୍ଜିଥିଲେ IED ବୋମା, ଅଳ୍ପକେ ବର୍ତ୍ତିଲେ ଯବାନ
ନକ୍ସଲଙ୍କ ଗତିବିଧି ଥିବା ଜାଣିପାରି CRPF ଓ SOG ଯବାନ ମିଳିତ ଭାବେ ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପେରସନ କରୁଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଦୁଇଟି IED ବୋମା ଓ ନକ୍ସଲ କ୍ୟାମ୍ପ ଠାବ ହୋଇଥିଲା।