ରାଉରକେଲା: ମିନାପଡାରେ ଗୁଳିକାଣ୍ଡ, ଜଣେ ମୃତ

ରାଉରକେଲା: ରାଉରକେଲା ମହତାବ ରୋଡ ନିକଟସ୍ଥ ମିନ।ପଡାରେ ଗୁରୁବାର ଅପରାହ୍ନରେ ଜଣେ ଯୁବକଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ ମକସୁଦ୍ ଆଲମ ଓରଫ ବିଛୁଆତି। ତା’ ନାଁରେ ପୂର୍ବରୁ କେତେକ ଅପରାଧିକ ମାମଲା ଥିବା ଜଣାପଡିଛି।

ଯୁବକ ଜଣଙ୍କ ଅନ୍ୟ କେତେକଙ୍କ ସହ ତାସ୍‌ ଖେଳୁଥିବା ବେଳେ ଏହି ଗୁଳିକାଣ୍ଡ ଘଟି ଥିବା କୁହାଯାଉଛି। ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।