ରାଉରକେଲାରେ ସିରିଜ୍ ଲୁଟ୍‌

ରାଉରକେଲା: ରାଉରକେଲାରେ ସିରିଜ୍ ଲୁଟ ହୋଇଛି। ୩ଟି ସ୍ଥାନରୁ ଚୋରି ହେବା ପରେ ପୋଲିସ୍‌ ନିଦ ହଜିଯାଇଛି। ଗତକାଲି ରାତିରେ ୬ ନମ୍ବର ସେକ୍ଟର ଦୁର୍ଗାପୁର ପାହାଡ ଉପରେ ଥିବା ତାରା ତାରିଣୀ ମନ୍ଦିରରେ ଲକର ଭାଙ୍ଗି ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏହାସହ ନଗଦ ୧୪ ହଜାର ଟଙ୍କା ବି ନେଇ ଯାଇଛନ୍ତି। ଲୁଟ୍‌ ପରେ ମନ୍ଦିରରେ ଲାଗିଥିବା ସିସିଟିଭିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେବା ସହ ହାର୍ଡ଼ ଡିସ୍କ […]

loot

Rakesh Mallick
  • Published: Friday, 16 December 2016
  • , Updated: 16 December 2016, 07:21 PM IST

ରାଉରକେଲା: ରାଉରକେଲାରେ ସିରିଜ୍ ଲୁଟ ହୋଇଛି। ୩ଟି ସ୍ଥାନରୁ ଚୋରି ହେବା ପରେ ପୋଲିସ୍‌ ନିଦ ହଜିଯାଇଛି। ଗତକାଲି ରାତିରେ ୬ ନମ୍ବର ସେକ୍ଟର ଦୁର୍ଗାପୁର ପାହାଡ ଉପରେ ଥିବା ତାରା ତାରିଣୀ ମନ୍ଦିରରେ ଲକର ଭାଙ୍ଗି ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏହାସହ ନଗଦ ୧୪ ହଜାର ଟଙ୍କା ବି ନେଇ ଯାଇଛନ୍ତି। ଲୁଟ୍‌ ପରେ ମନ୍ଦିରରେ ଲାଗିଥିବା ସିସିଟିଭିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେବା ସହ ହାର୍ଡ଼ ଡିସ୍କ ନେଇ ଯାଇଛନ୍ତି।

ସେକ୍ଟର ୭ ମାର୍କେଟର ଗୋଟେ ସୁନା ଦୋକାନରୁ ମଧ୍ୟ ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ୟମ କରିଥିଲେ। ଏହାସହ ସେକ୍ଟର ୮ରେ ଆଉ ଏକ ଦୋକାନରୁ ଟିଭି ସେଟ୍‌ ଓ ଅନ୍ୟ କିଛି ସାମଗ୍ରୀ ଚୋରି ହୋଇଛି। ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାର ତଦନ୍ତ କରୁଛନ୍ତି।

Related story