ସମ୍ୱଲପୁର: ଅଇଁଠାପାଲି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ସମ୍ୱଲପୁର: ସମ୍ୱଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ଏସ୍ଆରଆଇଟି କଲୋନୀର କଲ୍ୟାଣ ନଗରେ ଜଣେ ମହିଳାଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଶ୍ରୀରାମ ପଣ୍ଡାକୁ ଗିରଫ କରିଛି। ତାକୁ ବରଗଡ ଜିଲ୍ଲା ଜଡ଼ାରୁ ଗିରଫ କରାଯାଇଛି।  ଶ୍ରୀରାମ ହେଲା ମୃତ ପଙ୍କଜିନି ଆଚାର୍ଯ୍ୟଙ୍କ ଭଣଜା। ଟଙ୍କା ଓ ସୁନା ଗହଣା ଲୁଟ କରିବା ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିବା ସମ୍ୱଲପୁର ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ପାଣିଗ୍ରାହୀ ରବିବାର ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। […]

sambulpur

sambulpur

Rakesh Mallick
  • Published: Sunday, 06 March 2016
  • Updated: 06 March 2016, 02:02 PM IST

Sports

Latest News

ସମ୍ୱଲପୁର: ସମ୍ୱଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ଏସ୍ଆରଆଇଟି କଲୋନୀର କଲ୍ୟାଣ ନଗରେ ଜଣେ ମହିଳାଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଶ୍ରୀରାମ ପଣ୍ଡାକୁ ଗିରଫ କରିଛି। ତାକୁ ବରଗଡ ଜିଲ୍ଲା ଜଡ଼ାରୁ ଗିରଫ କରାଯାଇଛି।  ଶ୍ରୀରାମ ହେଲା ମୃତ ପଙ୍କଜିନି ଆଚାର୍ଯ୍ୟଙ୍କ ଭଣଜା। ଟଙ୍କା ଓ ସୁନା ଗହଣା ଲୁଟ କରିବା ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିବା ସମ୍ୱଲପୁର ଅତିରିକ୍ତ ଏସ୍‌ପି ସୁଶୀଲ କୁମାର ପାଣିଗ୍ରାହୀ ରବିବାର ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। ଏଥିପାଇଁ ଏକ ମାସ ପୁର୍ବରୁ ଅଭିଯୁକ୍ତ ଯୋଜନା କରିଥିଲା। ତା’ର ଜଣେ ସହଯୋଗୀ ସୁଧୀର ମହାପାତ୍ର ଫେରାର ଅଛି।

ଗତ ୩ ତାରିଖରେ ସମ୍ୱଲପୁର ସହରର ଜଣାଶୁଣା ସାହିତ୍ୟିକ ବିପିନ ବିହାରୀ ଆଚାର୍ଯ୍ୟ ସବୁଦିନ ଭଳି ସାଂଧ୍ୟ ଭ୍ରମଣରେ ଯାଇଥିଲେ। ଘରେ ପତ୍ନୀ ପଙ୍କଜିନି ଏକୁଟିଆ ଥିଲେ। ଏହି ସମୟରେ ଭଣଜା ଶ୍ରୀରାମ ନିଜ ସାଙ୍ଗ ସହ ଘର ଭିତରକୁ ପଶି ଛୁରୀରେ ପଙ୍କଜିନିଙ୍କୁ ହତ୍ୟା କରି ସୁନା ଗହଣା ଓ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲା। ବିପିନ ବିହାରୀ ଆଚାର୍ଯ୍ୟ ଘରକୁ ଫେରି ସ୍ତ୍ରୀଙ୍କ ମୃତଦେହ ପଡ଼ିଥିବାର ଦେଖି ପଡ଼ୋଶୀଙ୍କୁ ଖବର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos