ସୋନପୁର: ୩ ଡକାୟତ ଗିରଫ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ପୋଲିସ୍ ତେଲ ନଦୀ ସେତୁ ପାଖରୁ ତିନି ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ରାମ କୁମାର ବାରିକ, ଶୁଭ୍ରାଂଶୁ ସାହୁ ଓ ସଂଜୟ ସାହୁ। ଶୁଭ୍ରାଂଶୁ ଓ ସଞ୍ଜୟ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣୀ ଗାଁର ହୋଇଥିବା ବେଳେ ରାମ କୁମାର ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ରୁଣ୍ଡିମହୁଲ ଗାଁର ବାସିନ୍ଦା। ସେମାନଙ୍କଠାରୁ ଏକ ଧାରୁଆ ଛୁରି, ଲୁହା ରଡ୍, ୨୪ ହଜାର ଟଙ୍କା, ୪ ଟି ମୋବାଇଲ୍,୧୧ […]

dakayat

dakayat

Rakesh Mallick
  • Published: Saturday, 20 February 2016
  • Updated: 20 February 2016, 05:16 AM IST

Sports

Latest News

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ପୋଲିସ୍ ତେଲ ନଦୀ ସେତୁ ପାଖରୁ ତିନି ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ରାମ କୁମାର ବାରିକ, ଶୁଭ୍ରାଂଶୁ ସାହୁ ଓ ସଂଜୟ ସାହୁ। ଶୁଭ୍ରାଂଶୁ ଓ ସଞ୍ଜୟ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣୀ ଗାଁର ହୋଇଥିବା ବେଳେ ରାମ କୁମାର ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ରୁଣ୍ଡିମହୁଲ ଗାଁର ବାସିନ୍ଦା। ସେମାନଙ୍କଠାରୁ ଏକ ଧାରୁଆ ଛୁରି, ଲୁହା ରଡ୍, ୨୪ ହଜାର ଟଙ୍କା, ୪ ଟି ମୋବାଇଲ୍,୧୧ ଟି ସିମ୍‌କାର୍ଡ ସହ ୫ଟି ମଦ ବୋତଲ ଓ ଏକ କାର୍ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୯୯ ଓ ୪୦୨ରେ ମାମଲା ରୁଜୁ କରିଛି ପୋଲିସ୍। ଗିରଫ ଅଭିଯୁକ୍ତମାନେ ଏକ ବଡ଼ ଧରଣର ଡକାୟତି କରିବାକୁ ଯୋଜନା କରିଥିଲେ ବୋଲି ପୋଲିସ୍ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos