ସୋର ୱାଟ୍‌ସାନ୍‌ ବିଭାଗର ଜିଲ୍ଲା ସଂଯୋଜକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା  ଜଳ ଓ ପରିମଳ ବିଭାଗର ଜିଲ୍ଲା ସଂଯୋଜକ ତୁଷାରକାନ୍ତ ରାଜଙ୍କ ଘର ଓ ଅଫିସ ସହ ୬ଟି ସ୍ଥାନରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତୁଷାରକାନ୍ତଙ୍କ  ବାଲେଶ୍ୱର ସ୍ଥିତ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟ, ରାଜାବଗିଚାସ୍ଥିତ ଘର, ବାହାନଗା ପଥିପେଣ୍ଠସ୍ଥିତ ଘର, ଅଙ୍ଗାରଗଡ଼ିଆରେ ଥିବା ଅନ୍ୟ ଏକ ଘର, ଭୁବନେଶ୍ୱର ନୟାପଲ୍ଲୀରେ ଥିବା  ରାଜାରାଣୀ ଟାୱାରରେ କିଣା ଯାଇଥିବା ଘର […]

balasore

Rakesh Mallick
  • Published: Saturday, 04 February 2017
  • , Updated: 04 February 2017, 09:45 AM IST

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା  ଜଳ ଓ ପରିମଳ ବିଭାଗର ଜିଲ୍ଲା ସଂଯୋଜକ ତୁଷାରକାନ୍ତ ରାଜଙ୍କ ଘର ଓ ଅଫିସ ସହ ୬ଟି ସ୍ଥାନରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ତୁଷାରକାନ୍ତଙ୍କ  ବାଲେଶ୍ୱର ସ୍ଥିତ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟ, ରାଜାବଗିଚାସ୍ଥିତ ଘର, ବାହାନଗା ପଥିପେଣ୍ଠସ୍ଥିତ ଘର, ଅଙ୍ଗାରଗଡ଼ିଆରେ ଥିବା ଅନ୍ୟ ଏକ ଘର, ଭୁବନେଶ୍ୱର ନୟାପଲ୍ଲୀରେ ଥିବା  ରାଜାରାଣୀ ଟାୱାରରେ କିଣା ଯାଇଥିବା ଘର ଓ ଔପଦା ଅଞ୍ଚଳର ତୁଷାରଙ୍କ ଶ୍ୱଶୁର ଘରେ  ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ତୁଷାରକାନ୍ତ ଦୀର୍ଘଦିନ ଧରି ଜିଲ୍ଲା ଜଳ ଓ ପରିମଳ ବିଭାଗର ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବିରୋଧରେ ବିଭିନ୍ନ ସରକାରୀ ଯୋଜନାରେ ଅର୍ଥ ହେରଫେର ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସମ୍ପର୍କରେ  ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ ତରଫରୁ ମାମଲା ରୁଜୁ କରାଯାଇ ଚଢ଼ାଉ କରାଯାଉଛି।

Related story