ସୁରତରେ ଜଣେ ଓଡ଼ିଆଙ୍କୁ ଏସିଡ୍‌ ମାଡ଼

ସୁରତ: ସୁରତର କତାରଗାଁର ପଣ୍ଡାଲ ବିସ୍ତାରରେ ଜଣେ ଓଡ଼ିଆଙ୍କ ଏସିଡ୍‌ ଆଟାକରେ ଅନ୍ୟ ଜଣେ ଓଡ଼ିଆ ଶିକାର ହୋଇଛନ୍ତି। ଏସିଡ୍‌ ଆଟାକରେ ଶିକାର ହୋଇଥିବା ଓଡ଼ିଆ ବ୍ୟକ୍ତ ଜଣକ ହେଉଛନ୍ତି ସଞ୍ଜୟ ପ୍ରଧାନ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଡାକ୍ତରଖାନାରେ ସଞ୍ଜୟଙ୍କ ବୟାନ ରେକର୍ଡ କରିଛି। ଗଞ୍ଜାମ ଜିଲ୍ଲାବାସୀନ୍ଦା ସଞ୍ଜୟ ଶେରଗଡ଼  ଅଞ୍ଚଳର ପୁନ୍ନା ଗୌଡ଼ଙ୍କ ସହ ମିଶି ଗୋଟିଏ ଘରେ ରହୁଥିଲେ। ମାତ୍ର ପୁନ୍ନା ସବୁବେଳେ ସଞ୍ଜୟଙ୍କୁ ଟଙ୍କା ଧାର ମାଗିବାରୁ ସେ ଅଲଗା […]

acid-surat-attack

Rakesh Mallick
  • Published: Tuesday, 21 February 2017
  • , Updated: 21 February 2017, 04:38 PM IST

ସୁରତ: ସୁରତର କତାରଗାଁର ପଣ୍ଡାଲ ବିସ୍ତାରରେ ଜଣେ ଓଡ଼ିଆଙ୍କ ଏସିଡ୍‌ ଆଟାକରେ ଅନ୍ୟ ଜଣେ ଓଡ଼ିଆ ଶିକାର ହୋଇଛନ୍ତି। ଏସିଡ୍‌ ଆଟାକରେ ଶିକାର ହୋଇଥିବା ଓଡ଼ିଆ ବ୍ୟକ୍ତ ଜଣକ ହେଉଛନ୍ତି ସଞ୍ଜୟ ପ୍ରଧାନ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଡାକ୍ତରଖାନାରେ ସଞ୍ଜୟଙ୍କ ବୟାନ ରେକର୍ଡ କରିଛି।

ଗଞ୍ଜାମ ଜିଲ୍ଲାବାସୀନ୍ଦା ସଞ୍ଜୟ ଶେରଗଡ଼  ଅଞ୍ଚଳର ପୁନ୍ନା ଗୌଡ଼ଙ୍କ ସହ ମିଶି ଗୋଟିଏ ଘରେ ରହୁଥିଲେ। ମାତ୍ର ପୁନ୍ନା ସବୁବେଳେ ସଞ୍ଜୟଙ୍କୁ ଟଙ୍କା ଧାର ମାଗିବାରୁ ସେ ଅଲଗା ରହୁଥିଲେ। ଗତ ରବିବାର ରାତି ସାଢ଼େ ୧୧ଟା ବେଳେ ସଞ୍ଜୟ ଘରକୁ ଫେରୁଥିବା ବେଳେ ପୁନ୍ନା ତାଙ୍କୁ ରାସ୍ତାରେ ଅଟକାଇ ଟଙ୍କା ମାଗିଥିଲେ। ମାତ୍ର ସେ ଟଙ୍କା ନଦେବାରୁ ପୁନ୍ନା ତାଙ୍କ ଉପରେ ଏସିଡ ମାଡ଼ କରିଥିଲେ। ଫଳରେ ସଞ୍ଜୟ ଗୁରୁତର ଆହତ ହୋଇଥିଲେ।

Related story