ରେଳବାଇରେ ଚାକିରି କରାଇ ଦେବା ନାଁରେ ଲାଞ୍ଚ: ଶିକ୍ଷକ ଗିରଫ

ବଲାଙ୍ଗିର: ରେଳବାଇରେ ଚାକିରି କରାଇ ଦେବା ନାଁରେ ଜଣେ ଯୁବକଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୋନପୁର ଜିଲ୍ଲା ତରଭା ବ୍ଲକ୍ କର୍ଲାମୁହାଣ ୟୁଜିଏମ୍‌ଇ ସ୍କୁଲ୍‌ର ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଦାନୀ ନାଗ। ବଲାଙ୍ଗିରର ଲକ୍ଷ୍ମୀକାନ୍ତ କ୍ଷେତିଙ୍କ ଭଣଜାଙ୍କୁ ରେଳବାଇରେ ଚାକିରି କରାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଦାନୀ ନାଗ। ଏଥିପାଇଁ ସେ ୪୦ ହଜାର ଟଙ୍କା ନେଇ ଥିଲେ। ତା’ପରେ ଆଉ ୪୦ ହଜାର ଟଙ୍କା ମାଗିଥିଲେ। […]

teacher

teacher

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 01:28 PM IST

Sports

Latest News

ବଲାଙ୍ଗିର: ରେଳବାଇରେ ଚାକିରି କରାଇ ଦେବା ନାଁରେ ଜଣେ ଯୁବକଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୋନପୁର ଜିଲ୍ଲା ତରଭା ବ୍ଲକ୍ କର୍ଲାମୁହାଣ ୟୁଜିଏମ୍‌ଇ ସ୍କୁଲ୍‌ର ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଦାନୀ ନାଗ।

ବଲାଙ୍ଗିରର ଲକ୍ଷ୍ମୀକାନ୍ତ କ୍ଷେତିଙ୍କ ଭଣଜାଙ୍କୁ ରେଳବାଇରେ ଚାକିରି କରାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଦାନୀ ନାଗ। ଏଥିପାଇଁ ସେ ୪୦ ହଜାର ଟଙ୍କା ନେଇ ଥିଲେ। ତା’ପରେ ଆଉ ୪୦ ହଜାର ଟଙ୍କା ମାଗିଥିଲେ। ତେବେ ଦାନୀ ନାଗଙ୍କ ଆଚରଣରେ ସନ୍ଦେହ କରି ଲକ୍ଷ୍ମୀକାନ୍ତ ବଲାଙ୍ଗିର ଭିଜିଲାନ୍ସକୁ ଖବର ଦେଇଥିଲା। ଯୋଜନା ମୁତାବକ ଦାନୀ ନାଗ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos