ଭଦ୍ରକ: ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ତଥା ମଙ୍ଗରାଜପୁର ଗ୍ରାମର ବିକାଶ ସେନାପତି ଆଜି ଭଦ୍ରକ କୋର୍ଟରୁ ଚମ୍ପଟ ମାରିଛନ୍ତି। ପାରିବାରିକ କଳହକୁ ନେଇ ତାଙ୍କୁ ଗିରଫ କରାଯାଇଥିଲା।
ବିକାଶ ପରିବାର ଲୋକଙ୍କୁ ମାଡ଼ପିଟ୍ କରିଥିବା ତାଙ୍କ ବାପା ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ନଂ. ୩୧।୧୭ରେ ଏକ ମାମଲା ରୁଜୁ କରି ବିକାଶକୁ ଗିରଫ କରିଥିଲା। ବିକାଶଙ୍କୁ ଆଜି କୋର୍ଟ ଚାଲାଣ କରାଯାଉଥିବା ବେଳେ ପରିଶ୍ରା ବାହାନା କରି ସେ ଚମ୍ପଟ ମାରିଥିଲେ। ତାଙ୍କୁ ଧରିବାକୁ ଟାଉନ୍ ଥାନା ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।