ଟିଟିଲାଗଡ଼ ଏଲ୍‌ଆଇସି ଅଫିସ୍‌ରେ ଚୋରି ଉଦ୍ୟମ ବ୍ୟର୍ଥ

ଟିଟିଲାଗଡ଼: କଳାହାଣ୍ଡି ଜିଲ୍ଲା ଟିଟିଲାଗଡ଼ ସ୍ଥିତ ଏଲ୍‌ଆଇସି ଅଫିସ୍‌ରେ ସୋମବାର ରାତିରେ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଟିଟିଲାଗଡ଼ ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆଜି ସକାଳେ କର୍ମଚାରୀମାନେ ଅଫିସ୍‌ର ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସେମାନେ ଶାଖା ପରିଚାଳକଙ୍କୁ ଖବର ଦେଇଥିଲେ। ଅଫିସର ମୁଖ୍ୟ ଦ୍ୱାର ତାଲା ସହିତ ଏକାଧିକ କବାଟର ତାଲା ଓ ଟ୍ରେଜେରୀ ଭଙ୍ଗା ଯାଇଥିବାରୁ ବଡ଼ ଧରଣର […]

lic

lic

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 02:42 PM IST

Sports

Latest News

ଟିଟିଲାଗଡ଼: କଳାହାଣ୍ଡି ଜିଲ୍ଲା ଟିଟିଲାଗଡ଼ ସ୍ଥିତ ଏଲ୍‌ଆଇସି ଅଫିସ୍‌ରେ ସୋମବାର ରାତିରେ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଟିଟିଲାଗଡ଼ ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଆଜି ସକାଳେ କର୍ମଚାରୀମାନେ ଅଫିସ୍‌ର ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସେମାନେ ଶାଖା ପରିଚାଳକଙ୍କୁ ଖବର ଦେଇଥିଲେ। ଅଫିସର ମୁଖ୍ୟ ଦ୍ୱାର ତାଲା ସହିତ ଏକାଧିକ କବାଟର ତାଲା ଓ ଟ୍ରେଜେରୀ ଭଙ୍ଗା ଯାଇଥିବାରୁ ବଡ଼ ଧରଣର ଚୋରି ହୋଇଥିବା ସନ୍ଦେହ କରି ପୋଲିସ୍‌କୁ ଖବର ଦିଆଯାଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣାପଡ଼ିଥିଲା ଯେ ଚୋରମାନେ ଟ୍ରେଜେରୀ ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ଓ ଟଙ୍କା ଚୋରି ହୋଇ ନ ଥିଲା।

ଟିଟିଲାଗଡ଼ ଥାନା ଅଧିକାରୀ ସତୀଶ ଚନ୍ଦ୍ର ରାୟ କହିଛନ୍ତି,“ଏଲ୍‌ଆଇସି ଅଫିସ୍‌ର ପ୍ରତ୍ୟେକ କବାଟର ତାଲା ଭଙ୍ଗା ଯାଇଛି। ଦୁର୍ବୃତ୍ତମାନେ ଅଫିସ୍‌ରେ ଥିବା ପ୍ରତ୍ୟେକ ଆଲମୀରାକୁ ଖୋଲିଛନ୍ତି। ଏଥିରୁ ଲାଗୁଛି ପ୍ରାୟ ଦୁଇ ତିନି ଘଣ୍ଟା ଧରି ସେମାନେ ଅଫିସ୍‌ ଭିତରେ ରହିଥିଲେ। ତେବେ ସେମାନେ କିଛି ଚୋରି କରି ପାରିନାହାନ୍ତି। ମ୍ୟାନେଜରଙ୍କ ଉପସ୍ଥିତିରେ କ୍ୟାସ୍‌ ଥିବା ଲକର୍‌ ଯାଞ୍ଚ କଲୁ। ସେଥିରେ ନଗଦ ୧୩ ଲକ୍ଷ ଟଙ୍କା ଥିଲା ବୋଲି ମ୍ୟାନେଜର କହିଥିଲେ। ଆମେ ଦେଖିଲୁ ୧୩ ଲକ୍ଷ ଟଙ୍କା ସେଥିରେ ସୁରକ୍ଷିତ ରହିଥିଲା। ତଦନ୍ତ କରାଯାଉଛି। ତଦନ୍ତ ପରେ ଜଣାପଡ଼ିବ କିଛି ଚୋରି ହୋଇଛି କି ନାହିଁ।”

ଥାନା ଅଧିକାରୀ ଆହୁରି ମଧ୍ୟ କହିଛନ୍ତି,“ଦଶ ବାରଟି କବାଟ ଭଙ୍ଗା ଯାଇଥିବାରୁ ଅଫିସ୍ ଭିତରେ ତିନିରୁ ଚାରି ଜଣ ଦୁର୍ବୃତ୍ତ ନିଶ୍ଚିତ ଭାବେ ପଶିଥିବା ସନ୍ଦେହ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos