କଟକ: ଟିଟୋ ଗ୍ୟାଙ୍ଗର ସଦସ୍ୟ ତଥା ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ସାହୁ ଓରଫ ଚୁଙ୍ଗାକୁ କମିଶନରେଟ ପୋଲିସ ବିଡ଼ାନାସୀରୁ ଗିରଫ କରିଛି। ତା’ ପାଖରୁ ଗୋଟିଏ ମାଉଜର ଓ ଗୋଟିଏ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଚୁଙ୍ଗାର ଘର ଜୋବ୍ରା ଅଞ୍ଚଳରେ। ଚୁଙ୍ଗା ନାମରେ କଟକର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଡିସିପି ସଞ୍ଜୀବ ଆରୋରା କହିଛନ୍ତି।
ଦୀର୍ଘଦିନ ହେବ ଫେରାର ଥିବା ଚୁଙ୍ଗା ବୁଧବାର ରାତିରେ ବିଡାନାସୀ ଅଞ୍ଚଳର କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ଘର ନିକଟରେ ବୁଲୁ ଥିବା ପୋଲିସ ସୂଚନା ପାଇଥିଲା। ଏହି ସୂଚନା ମିଳିବା ପରେ ପୋଲିସ ଉକ୍ତ ସ୍ଥାନରେ ଚଢାଉ କରି ତାକୁ ଗିରଫ କରିଥିଲା। ସୂଚନାଯୋଗ୍ୟ ଡି’ ଲିଙ୍କ୍ ମାମଲାରେ ରଞ୍ଜିତା ପୋଲିସ ଜେରାର ସମ୍ମୁଖୀନ ହେଉଛନ୍ତି। ଟିଟୋ ଓ ଧଳସାମନ୍ତ ପରସ୍ପର ବିରୋଧୀ ହୋଇଥିବା ବେଳେ ଚୁଙ୍ଗା ରଞ୍ଜିତାଙ୍କ ଘର ପାଖରୁ ଗିରଫ ହେବା ପୋଲିସର ଚିନ୍ତା ବଢାଇ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
Z1ରେ ରହିଛି ହଂସିକାଙ୍କ ୩ଟି ଫ୍ଲାଟ୍; IT ଓ ପୁଲିସ୍ ଚଢ଼ଉ
ଠକେଇ ରାଣୀ ହଂସିକା ଅଭିଲିପ୍ସା ଓ ତାଙ୍କ ସ୍ୱାମୀ ଅନୀଲ ମହାନ୍ତିଙ୍କ ପେଡି ଖୋଲିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିଥିଲା ଆୟକର ବିଭାଗ(IT) ଓ କମିସନରେଟ୍ ପୁଲିସ୍।। କୋର୍ଟଙ୍କ ଅନୁମତି ପରେ ଉଭୟଙ୍କୁ ଜେରା ପାଇଁ ଆଣିଥିଲେ।
Crime
ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିବାଦ କରିବାରୁ ଛୁରା ମାଡ଼
ନାବାଳିକାଜଣକ ପ୍ରତିବାଦ କରିବାରୁ ଯୁବକ ପାଲଟିଗଲେ ପିଶାଚ। ରକ୍ତମୁଖା ପାଲଟି ଏକ ଛୁରୀରେ ନାବାଳିକାଙ୍କୁ ଏକାଧିକ ଥର କଲେ ଛୁରା ମାଡ଼ ।
Crime
ନକଲି ସୁନା ଦେଇ ଲୁଟିବାକୁ ବସିଥିଲେ, ମାଡ଼ି ବସିଲା ପୁଲିସ୍
ଦେଖିବାକୁ ପୁରା ସୁନା ପରି ଚିକଚିକ୍ କରୁଥିଲା। ତିଳେ ବି ସନ୍ଦେହ ହେବାର ନ ଥିଲା। ଏପରି ନକଲି ସୁନା ଦେଇ ଅସଲି ଟଙ୍କା ଲୁଟିବାକୁ ବସିଥିଲା ଧୂର୍ତ୍ତ । ମାତ୍ର ତା’ ପୂର୍ବରୁ ମାଡ଼ି ବସିଲା ପୁଲିସ୍।
Crime
ଅବକାରୀ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକେ, ଦୁଇ ଗୁରୁତର
କନର୍ଲା ଗାଁରେ ବିପୁଳ ବେଆଇନ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା। ଏହାପରେ ଅତର୍କିତ ଭାବେ ସଦର ଅବକାରୀ ଟିମ୍ କନର୍ଲା ଗାଁରେ ଚଢାଉ କରିଥିଲା।
Crime
ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ, ୩ ଗୁରୁତର
ଅଳିଆ ପକାଇବାକୁ ନେଇ ଦୁଇ ଗାଁ ଲୋକ ହାତାହାତି ହେବା ସହ ଟେକା ପଥର ମାଡ ହୋଇଥିଲା।