ଉଲିବୁରୁ ଖଣି ଦୁର୍ନୀତି ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲେ ଦୀପକ ଗୁପ୍ତା

କଟକ: ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଜାମିନ ପାଇଁ ଆଜି ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ମଧ୍ୟ ଦୀପକ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କ ଆବେଦନ ଖାରଜ ହୋଇ ଯାଇଥିଲା। ସେହିପରି ଡିସେମ୍ବର ୬ ତାରିଖରେ ଦୀପକ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍‌ ପାଇଁ ଆବେଦନ କରି ନିରାଶ ହୋଇଥିଲେ। ଏହି ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୀପକ ଗୁପ୍ତାଙ୍କର ପ୍ରାୟ ୪୦୦ […]

deepakgupta

Rakesh Mallick
  • Published: Monday, 06 February 2017
  • , Updated: 06 February 2017, 10:32 PM IST

କଟକ: ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଜାମିନ ପାଇଁ ଆଜି ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ମଧ୍ୟ ଦୀପକ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କ ଆବେଦନ ଖାରଜ ହୋଇ ଯାଇଥିଲା।

ସେହିପରି ଡିସେମ୍ବର ୬ ତାରିଖରେ ଦୀପକ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍‌ ପାଇଁ ଆବେଦନ କରି ନିରାଶ ହୋଇଥିଲେ।

ଏହି ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୀପକ ଗୁପ୍ତାଙ୍କର ପ୍ରାୟ ୪୦୦ କୋଟି ଟଙ୍କାର ସଂପତ୍ତି ଜବତ କରିଥିଲେ। ଏହା ମଧ୍ୟରେ ଦୀପକଙ୍କ ପରିବାର ଓ କଂପାନୀର ସଂପତ୍ତି ସାମିଲ ଥିଲା। ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଥିବା ଏହି ସଂପତ୍ତିକୁ ଜବତ କରାଯାଇଥିଲା।

ଉଲିବୁରୁ ଖଣିରେ ୧,୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୨୦୧୩ର ସେପ୍ଟେମ୍ବରରେ ଭିଜିଲାନ୍ସ ଦୀପକଙ୍କୁ ଗିରଫ କରାଯାଇଥିଲା।

Related story