ଭିଜିଲାନ୍ସ ହାତରେ ଧରାପଡିଲେ ଓଏସ୍‌ଆଇସି ଏମ୍‌ଡି

କଟକ: ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଓଡ଼ିଶା ସ୍ମଲ୍‌ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନର ଏମ୍‌ଡି ତଥା ଆଇଏଏସ୍‌ ପାର୍ଥ ସାରଥି ମିଶ୍ର। ତାଙ୍କ ଗାଡିରୁ ଭିଜିଲାନ୍ସ ଅଧିକାରୀମାନେ ୨ ଲକ୍ଷ ୧୪ ହଜାର ୭୫୦ ଟଙ୍କା ଜବତ କରିଛନ୍ତି। ଏହାସହ ତାଙ୍କ ଭୁବନେଶ୍ୱର, କଟକ ଅଫିସ ଓ ଘରେ ଚଢାଉ କରାଯାଇଛି। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ପାର୍ଥଙ୍କ ନାମରେ ଅନିୟମିତତା ଅଭିଯୋଗ ଆସିବା ପରେ ତାଙ୍କ ଗତିବିଧି ଉପରେ ଭିଜିଲାନ୍ସ ନଜର […]

ias

Rakesh Mallick
  • Published: Wednesday, 15 February 2017
  • , Updated: 15 February 2017, 11:24 PM IST

କଟକ: ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଓଡ଼ିଶା ସ୍ମଲ୍‌ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନର ଏମ୍‌ଡି ତଥା ଆଇଏଏସ୍‌ ପାର୍ଥ ସାରଥି ମିଶ୍ର। ତାଙ୍କ ଗାଡିରୁ ଭିଜିଲାନ୍ସ ଅଧିକାରୀମାନେ ୨ ଲକ୍ଷ ୧୪ ହଜାର ୭୫୦ ଟଙ୍କା ଜବତ କରିଛନ୍ତି। ଏହାସହ ତାଙ୍କ ଭୁବନେଶ୍ୱର, କଟକ ଅଫିସ ଓ ଘରେ ଚଢାଉ କରାଯାଇଛି। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ପାର୍ଥଙ୍କ ନାମରେ ଅନିୟମିତତା ଅଭିଯୋଗ ଆସିବା ପରେ ତାଙ୍କ ଗତିବିଧି ଉପରେ ଭିଜିଲାନ୍ସ ନଜର ରଖିଥିଲା ବୋଲି ଭିଜିଲାନ୍ସ ସେଲ୍‌ ଏସ୍‌ପି ସ୍ୱରୂପ ପରିଡା କହିଛନ୍ତି।

ଅନ୍ୟପକ୍ଷରେ ଏପରି ଅଭିଯୋଗକୁ ପାର୍ଥ ଖଣ୍ଡନ କରିଛନ୍ତି। ଗାଡି ଭିତରକୁ ଏତେ ଟଙ୍କା କେଉଁଠୁ ଆସିଲା ସେ କିଛି ଜାଣି ନ ଥିବା କହିଛନ୍ତି। ସେ କହିଛନ୍ତି,“ମୁଁ କୌଣସି କାର୍ଯ୍ୟକ୍ରମକୁ ଗଲେ ଫେରିବା ବେଳେ ସିଧା ଆସି ଗାଡିରେ ବସିଥାଏ। ମୁଁ କାର୍ଯ୍ୟକ୍ରମକୁ ଆସିବା ବେଳେ ଗାଡିରେ ଟଙ୍କା ନ ଥିଲା। କିଏ କେତେବେଳେ ଏହି ଟଙ୍କା ଗାଡିରେ ରଖିଲେ ମୁଁ କହିପାରିବି ନାହିଁ।”

Related story