ଭିଜିଲାନ୍ସ କରୁଛି କଳାଧନର ଓଜନ: ଓଜନମାପ ବିଭାଗ ମାନୁଆଲ ଆସିଷ୍ଟାଣ୍ଡଙ୍କ ଘରେ ଚଢାଉ

ଭଦ୍ରକ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଜନ ମାପ ବିଭାଗର ମାନୁଆଲ ଆସିଷ୍ଟାଣ୍ଡ ନବଘନ ସ୍ୱାଇଁଙ୍କ ଅଫିସ ଓ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଉଛି। ଭିଜିଲାନ୍ସ ଟିମ୍‌ ଏକକାଳୀନ ନବଘନଙ୍କ ଭଦ୍ରକ ସ୍ଥିତ ୩ଟି ଘର ଓ ପାରାଦୀରରେ ଥିବା ଘର ଓ ଅଫିସ୍‌ରେ ଚଢାଉ କରୁଛନ୍ତି। ଏନେଇ ସବିଶେଷ ତଥ୍ୟ ମିଳି ନ ଥିଲେ ମଧ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା କୁହାଯାଉଛି। ଭିଜିଲାନ୍ସ ଡିଏସ୍‌ପି  ସବିତା […]

bhadrak

Rakesh Mallick
  • Published: Friday, 10 March 2017
  • , Updated: 10 March 2017, 11:38 AM IST

ଭଦ୍ରକ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଜନ ମାପ ବିଭାଗର ମାନୁଆଲ ଆସିଷ୍ଟାଣ୍ଡ ନବଘନ ସ୍ୱାଇଁଙ୍କ ଅଫିସ ଓ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଉଛି। ଭିଜିଲାନ୍ସ ଟିମ୍‌ ଏକକାଳୀନ ନବଘନଙ୍କ ଭଦ୍ରକ ସ୍ଥିତ ୩ଟି ଘର ଓ ପାରାଦୀରରେ ଥିବା ଘର ଓ ଅଫିସ୍‌ରେ ଚଢାଉ କରୁଛନ୍ତି। ଏନେଇ ସବିଶେଷ ତଥ୍ୟ ମିଳି ନ ଥିଲେ ମଧ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା କୁହାଯାଉଛି।

ଭିଜିଲାନ୍ସ ଡିଏସ୍‌ପି  ସବିତା ମାଝି ଏବଂ ଏସ୍‌କେ ଭୋଇଙ୍କ ନେତୃତ୍ୱରେ କୁଆଁସରେ ଥିବା ନବଘନଙ୍କ ପୈତୃକ ବାସଭବନ, ବାସୁଦେବପୁରରେ ଥିବା ଏକ କୋଠା ଓ ଚାନ୍ଦବାଲି ବ୍ଲକ ଗାରଡପୁର ସ୍ଥିତ ଶ୍ୱଶୁର ଘରେ ଚଢାଉ ଚାଲିଛି। ସେହିପରି ପାରାଦୀପଠାରେ ଥିବା ଅଫିସ ଓ ସରକାରୀ ବାସଭବନରେ ମଧ୍ୟ ଚଢାଉ କରାଯାଇଛି।

Related story