ବଲାଙ୍ଗିର: ଟିଟିଲାଗଡ଼ ଷ୍ଟେସନରୁ ୩୦୦ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଷ୍ଟେସନରୁ ୩୦୦ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି। ଏମାନେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ବିଭିନ୍ନ ଇଟାଭାଟିକୁ ଦାଦନ ଖଟିବାକୁ ଯାଉଥିଲେ। ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ପୋଲିସ୍ ବିଭାଗ ମିଳିତ ଚଢଉ କରି ଏମାନଙ୍କୁ ଉଦ୍ଧାର କରିଛି। ଏହି ଦାଦନ ଶ୍ରମିକମାନେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସବଡିଭିଜନର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକର ବିଭିନ୍ନ ଗାଁର।

ସେମାନେ ଦାଦନ ଶ୍ରମିକ ରୂପେ ଇଟାଭାଟିକୁ କାମ କରିବାକୁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଷ୍ଟେସନରେ ଚଢଉ କରିଥିଲା ଜିଲ୍ଲା ପ୍ରଶାସନ।