ହାତୀ ଘର ଭାଙ୍ଗି ଧାନ ଓ ଚାଉଳ ଖାଇଗଲା

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଝାଡ଼ଖଣ୍ଡ ହାତୀଙ୍କ ଉପଦ୍ରବ। ଗତକାଲି ରାତିରେ ୩ଟି ହାତୀ କମାରଖାଲିଆ ଗାଁରେ ପଶି ବନମାଳି ସିଂଙ୍କ ଘର ଭାଙ୍ଗି ଦେଇଥିଲେ। ଏପରିକି ଘର ଭିତରେ ଥିବା ଧାନ ଓ ଚାଉଳ ଖାଇ ଯାଇଥିଲେ। ମାତ୍ର ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ହାତୀ ଭାଙ୍ଗୁ ଥିବା ଜାଣିପାରି ପରିବାର ଲୋକେ ଛାନିଆରେ ଘର ଛାଡ଼ି ପଳାଇ ଯାଇଥିଲେ। ତେବେ ଗାଁ ଲୋକେ ହୋହଲ୍ଲା କରିବାରୁ ହାତୀମାନେ ପଳାଇ ଯାଇଥିଲେ।