ବାଲେଶ୍ୱର: ରାସ୍ତା ମରାମତି ଦାବିରେ ୩୧ରୁ ଆମରଣ ଅନଶନ କରିବ ଜିଲ୍ଲା କଂଗ୍ରେସ କମିଟି

ballesrasa congressବାଲେଶ୍ୱର: ବାଲେଶ୍ୱର ସହରରେ ଥିବା ରାସ୍ତାଗୁଡିକର ମରାମତି ଦାବିରେ ଜିଲା କଂଗ୍ରେସ କମିଟି ୩୧ ତାରିଖରୁ ଆମରଣ ଅନଶନ କରିବାକୁ ଧମକ ଦେଇଛି। ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା ଏହି ସୂଚନା ଦେଇ କହିଛନ୍ତି,ସହରର ରାସ୍ତାଗୁଡିକ ଶୋଚନୀୟ ହୋଇପଡିଛି। ଆଗକୁ ଦୂର୍ଗାପୂଜା ଆସୁଥିବାରୁ ରାସ୍ତା ମରାମତି ନ ହେଲେ ଲୋକେ ଭାରି ହଇରାଣ ହେବେ।ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି।