ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଗସ୍ତରେ ଯାଉଥିବା ବେଳେ ମେଡ଼ିକାଲ ଛକରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗାଡ଼ି ଉପରକୁ ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୩୦ ଜଣରୁ ଅଧିକ କର୍ମୀଙ୍କୁ ଗିରଫ କରିଛି। ଏହାର ପ୍ରତିବାଦରେ ବିଜେପି କର୍ମୀମାନେ ଥାନା ଆଗରେ ଧାରଣାରେ ବସିଥିଲେ।
ଆଜି ମନ୍ତ୍ରୀ ପାତ୍ର ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ଉଦ୍ଘାଟନ କରିବାକୁ ଯାଉଥିଲେ। ମେଡିକାଲ ଛକରେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଅଣ୍ଡା ମାଡ଼ ଖବରକୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।