ଉଦଳା: ବିଦ୍ୟୁତ୍ ସଂଯୋଗ ଦାବିରେ ଆମରଣ ଅନଶନରେ ବସିଲେ ନୂଆଗାଁର ୫୦ଟି ପରିବାର

ଉଦଳା: ବିପିଏଲ୍ ଲାଇନ୍ ସଂଯୋଗ ଦାବିରେ କପ୍ତିପଦା ବ୍ଲକ୍  ନୂଆଗାଁର ୫୦ଟି ପରିବାର ଆଜି ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ବିଦ୍ୟୁତ୍ ସଂଯୋଗ ଦାବିରେ ଦୀର୍ଘ ଦିନ ହେଲା ସେମାନେ ଦାବି କରିଥିଲେ ସୁଦ୍ଧା କେହି ଶୁଣିନଥିଲେ। ଫଳରେ ଆଜିଠାରୁ ସେମାନେ ଆମରଣ ଅନଶନରେ ବସିଛନ୍ତି। ଦାବି ପୂରଣ ନ ହେଲା  ପର୍ଯ୍ୟନ୍ତ ସେମାନେ ଅନଶନ କରିବେ ବୋଲି କହିଛନ୍ତି।