କେନ୍ଦୁଝର: ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମାଇ ହାତୀର ମୃତ୍ୟୁ ଘଟିଛି। ଚଂପୁଆ ରେଞ୍ଜ ଅନ୍ତର୍ଗତ କଟୁପାଲି ଗାଁରେ ଘଟିଛି ଏହି ଘଟଣା। ବନ ବିଭାଗର ସୂଚନା ଅନୁସାରେ ଗତକାଲି ରାତିରେ ୩୦ରୁ ଅଧିକ ହାତୀ କଟୁପାଲି ଗାଁ ପାଖ ଜମିକୁ ଧାନ ଖାଇବାକୁ ଆସିଥିଲେ। ଏହି ସମୟରେ ହାତୀ ପଲ ଇଲେଭନ୍ କେଭି ବିଦ୍ୟୁତ ଖୁଣ୍ଟ ଦେହରେ ଘଷି ହେବାରୁ ଖୁଣ୍ଟ ଉପୁଡି ତାର ଛିଡ଼ି ପଡିଥିଲା। ତାର ଲାଗି ହାତୀଟିର ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।