ଆଇଆଇଏମରେ ପାଠପଢ଼ା ଅନିଶ୍ଚିତତା ନେଇ ଚିଠି ଲେଖିଲା ଫୋରମ୍ ଫର୍ ଆଇଆଇଏମ୍

ସମ୍ୱଲପୁର: ଆଇଆଇଏମ ସମ୍ୱଲପୁରରେ ଚଳିତ ଶିକ୍ଷାବର୍ଷରେ ହାତଗଣତି ଛାତ୍ରଛାତ୍ରୀ ନାମ ଲେଖାଇ ଥିବାରୁ ଏଠାରେ ପାଠପଢା ନେଇ ଅନିଶ୍ଚିତତା ଦେଖାଦେଇଛି। ଅନ୍ୟପକ୍ଷରେ ଅସ୍ଥାୟୀ କ୍ୟାମ୍ପସ ସିଲିକନ ଇନଷ୍ଟିଚ୍ୟୁଟରେ ଚଳିତ ସେପ୍ଟେମ୍ୱରରୁ ପାଠପଢା ଆରମ୍ଭ ହେବାର ଥିଲେ ମଧ୍ୟ ଏ ନେଇ ସମ୍ପୃକ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସରକାରୀ ଭାବେ କୌଣସି ଚିଠି ଆସିନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ। ପଶ୍ଚିମାଞ୍ଚଳ ପିପୁଲ ଫେ।ରମ ପକ୍ଷରୁ ଏ ନେଇ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, ଆଇଆଇଏମ ଇନ୍ଦୋର ଓ ରାଜ୍ୟ […]

IIM1

IIM1

Rakesh Mallick
  • Published: Thursday, 03 September 2015
  • Updated: 04 September 2015, 03:10 AM IST

Sports

Latest News

sbpiimସମ୍ୱଲପୁର: ଆଇଆଇଏମ ସମ୍ୱଲପୁରରେ ଚଳିତ ଶିକ୍ଷାବର୍ଷରେ ହାତଗଣତି ଛାତ୍ରଛାତ୍ରୀ ନାମ ଲେଖାଇ ଥିବାରୁ ଏଠାରେ ପାଠପଢା ନେଇ ଅନିଶ୍ଚିତତା ଦେଖାଦେଇଛି। ଅନ୍ୟପକ୍ଷରେ ଅସ୍ଥାୟୀ କ୍ୟାମ୍ପସ ସିଲିକନ ଇନଷ୍ଟିଚ୍ୟୁଟରେ ଚଳିତ ସେପ୍ଟେମ୍ୱରରୁ ପାଠପଢା ଆରମ୍ଭ ହେବାର ଥିଲେ ମଧ୍ୟ ଏ ନେଇ ସମ୍ପୃକ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସରକାରୀ ଭାବେ କୌଣସି ଚିଠି ଆସିନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ। ପଶ୍ଚିମାଞ୍ଚଳ ପିପୁଲ ଫେ।ରମ ପକ୍ଷରୁ ଏ ନେଇ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, ଆଇଆଇଏମ ଇନ୍ଦୋର ଓ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି।ଚିଠିରେ ଦର୍ଶାଯାଇଛି ଯେ, ଚଳିତବର୍ଷ ସମ୍ୱଲପୁର ପାଇଁ ଆଇଆଇଏମ ଇନ୍ଦୋରରେ ପାଠପଢା ଆରମ୍ଭ କରାଯାଉ।କମ ସଂଖ୍ୟକ ପିଲା ନାମ ଲେଖାଇଥିବାରୁ ପୁଣି ଥରେ ନୂଆ କାଉନସିଲିଂ କରାଯାଉ ଓ କ୍ୟାଟର କଟ ଅଫ ମାର୍କରେ କୋହଳ କରାଯାଉ ବୋଲି ଫେ।ରମ ପକ୍ଷରୁ ଦାବି କରାଯାଇଛି । ବର୍ଷକ ମଧ୍ୟରେ ସମ୍ୱଲପୁରର ଅସ୍ଥାୟୀ କ୍ୟାମ୍ପସରେ ଭିତ୍ତିଭୂମିର ବିକାଶ କରାଯାଇ ଆସନ୍ତା ଶିକ୍ଷାବର୍ଷରେ ଏଠାରେ ପାଠପଢା ଆରମ୍ଭ କରାଯିବାରେ କିଛି ସମସ୍ୟା ରହିବ ନାହିଁ ବୋଲି ଫେ।ରମର କର୍ମକର୍ତ୍ତା ଡ. ଆଦିତ୍ୟ ପାଢୀ ଓ ପ୍ରଫେସର ଶଙ୍କର ପତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos