ଜଳେଶ୍ୱର: ବସ୍ ଓଲଟି ୧୦ ଆହତ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଭେଲୋରା ନିକଟରେ ଆଜି ସକାଳେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦାକ୍ଷୟିନୀ ନାମକ ଏହି ବସଟି ପାରାଦୀପରୁ କାନ୍ଥି ଯାଉଥିବା ସମୟରେ ଭେଲୋରା ନିକଟରେ ରାସ୍ତା ତଳକୁ ଖସି ପଡ଼ିଥିଲା।