ଖୋର୍ଦ୍ଧା: ପୁତୁରାର ଗଇଁତି ମାଡ଼ରେ ଖୁଡ଼ୀ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ରଥିପୁରରେ ଗୁରୁବାର ପୁତୁରାର ଗଇଁତି ମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ମନୋରମା ମହାନ୍ତି। ଅଭିଯୁକ୍ତ କୁଳମଣି ମହାନ୍ତି ଫେରାର ହୋଇଯାଇଛି। ପାରିବାରିକ କଳହକୁ ନେଇ ମନୋରମାଙ୍କୁ କୁଳମଣି ଅତର୍କିତ ଭାବେ ଗଇଁତିରେ ଆକ୍ରମଣ କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ମନୋରମାଙ୍କ ସ୍ୱାମୀଙ୍କ ଏତଲାକୁ ଭିତ୍ତି କରି ଜଟଣୀ କମିଶନରେଟ୍ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।