ଅପରେସନ୍ ସ୍ମାଇଲ୍ ଟୁ: ବଲାଙ୍ଗିରରୁ ନିଖୋଜ ୧୧ ଶିଶୁ ଘରକୁ ଫେରିଲେ

ବଲାଙ୍ଗିର: ଅପରେସନ୍ ସ୍ମାଇଲ୍ ଟୁ ଜରିଆରେ ବଲାଙ୍ଗିର ଜିଲ୍ଲାରୁ ନିଖୋଜ ୧୧ ଜଣ ଶିଶୁକୁ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗ, ତେଲେଙ୍ଗାନା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏହି ଶିଶୁମାନଙ୍କୁ ପୋଲିସ୍ ଉଦ୍ଧାର କରି ଭୁବନେଶ୍ୱର ଆଣିଥିଲା। ସେଠାରୁ ବଲାଙ୍ଗିର ନିଆଯାଇ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟକୁ ଶିଶୁମାନଙ୍କୁ ଜିମା ଦିଆଯାଇଥିଲା। ପରେ ସିଡବ୍ଲ୍ୟୁସି ଉଦ୍ଧାର ଶିଶୁମାନଙ୍କୁ ସେମାନଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରିଛି।