ପୁରୀରେ ହବିଷ୍ୟାର୍ଥୀଙ୍କ ଭିଡ

ପୁରୀ: ଧର୍ମମାସ କାର୍ତିକରେ ପୁରୀରେ ହବିଷ୍ୟାର୍ଥୀଙ୍କ ଭିଡ ଲାଗିଛି । ଏମାନେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ସଂକଳ୍ପ ନେଇ ହବିଶ କରନ୍ତି। ମାସଯାକ ଜଗନ୍ନାଥଙ୍କୁ ପ୍ରତିଦିନ ପୂଜାମଣ୍ଡପରେ ଦର୍ଶନ କରିବାର ବିଧି ମଧ୍ୟ ରହିଛି। ହବିଷାର୍ଥୀଙ୍କର ମୁଖ୍ୟ ସମସ୍ୟା ହେଲା କାର୍ତ୍ତିକମାସ ସାରା ରହିବା। ମଠ ଓ ପାନ୍ଥସାଳାରେ ନାହିଁ ନ ଥିବା ଭଡ ଯାତ୍ରୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେବେ ସରକାର ଓ  ଜିଲ୍ଲା ପ୍ରଶାସନ ଘରଭଡା ନିୟନ୍ତ୍ରଣ ଦିଗରେ ଦୃଷ୍ଟି ଦିଅନ୍ତୁ ବୋଲି ହବିଷାର୍ଥୀମାନେ କହିଛନ୍ତି ।