ରସଗୋଲା ଦିବସରେ ବଣ୍ଟା ହେଲା ରସଗୋଲା

ଭୁବନେଶ୍ୱର: ରସଗୋଲା ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଟଣାଓଟରା ଲାଗିଥିବା ବେଳେ ଆଜି ଓଡ଼ିଶାରେ ପାଳିତ ହୋଇଛି ରସଗୋଲା ଦିବସ। ପାହାଳ ମିଠା ବ୍ୟବସାୟୀ ସଂଘ ପକ୍ଷରୁ ଦ୍ୱିତୀୟ ଥର ପାଇଁ ଏହି ଦିବସ ପାଳନ କରାଯାଇଛି। ଏହି ଅବସରରେ ବ୍ୟବସାୟୀ ସଂଘ ପକ୍ଷରୁ ସମସ୍ତ ପଥଚାରୀଙ୍କୁ ମାଗଣାରେ ରସଗୋଲା ଖାଇବାକୁ ଦିଆଯାଇଥିଲା।

ଆଜି ୨୭ ତମ ରାହାଗିରି ଦିବସରେ ମଧ୍ୟ ଖୋଲିଥିଲା ରସଗୋଲା ଷ୍ଟଲ। ପାହାଳରୁ ଆସିଥିବା ମିଠା କାରିଗରମାନେ ରାଜଧାନୀବାସୀଙ୍କୁ ରସଗୋଲା ତିଆରି କରିବାର କୌଶଳ ଶିଖାଇ ଥିଲେ।