ସମ୍ୱଲପୁର: ସମ୍ୱଲପୁର ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପରେ ଜମିହରାଙ୍କୁ ନିଯୁକ୍ତି, ଜମି ଅଧିଗ୍ରହଣ ବାବଦ ସମସ୍ତ ବକେୟା ରାଶି ପ୍ରଦାନ ସମେତ ୫ ଦଫ। ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି ପ୍ରକଳ୍ପ ପ୍ରଭାବିତ ଲୋକ। ପ୍ରାୟ ୬ ଟି ପଞ୍ଚାୟତର କ୍ଷତିଗ୍ରସ୍ତ ୩ ଶହ ପରିବାର ଅନଶନରେ ସାମିଲ ହୋଇଛନ୍ତି। ଏଥିରେ ଲପଙ୍ଗ।, ବମାଲୋଇ, କତରବଗା, ଜଙ୍ଗଲା, ଘିଚାମୁରା ଓ ନିଶାନଭଙ୍ଗ। ଗ୍ରାମ ପଞ୍ଚାୟତର ପ୍ରଭାବିତ ଲୋକେ ଏଥିରେ ସାମିଲ ହୋଇଛନ୍ତି। ଗତ ବର୍ଷ ମଧ୍ୟ ସମାନ ଦାବି ନେଇ ଗାଁଲୋକେ ଧାରଣା ଦେଇଥିଲେ। କମ୍ପାନୀ କର୍ତ୍ତୃପକ୍ଷରୁ ଦିଆଯାଇଥିବା ଲିଖିତ ପ୍ରତିଶୃତିକୁ ଏକ ବର୍ଷ ବିତିଥିଲେ ମଧ୍ୟ ପ୍ରତିଶୃତି ପାଳନ ନ ହେବାରୁ ପୁଣି ଅନଶନକୁ ଓହ୍ଲାଇଛନ୍ତି ଲୋକେ। ତେବେ କମ୍ପାନୀ କର୍ତ୍ତୃପକ୍ଷ କିମ୍ୱା ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ଅନଶନସ୍ଥଳକୁ ଆସି ନାହାନ୍ତି କିମ୍ୱା କୌଣସି ଆଲୋଚନା କରିନାହାନ୍ତି ଅନଶନକାରୀ ଗାଁର ଲକ୍ଷ୍ମୀକାନ୍ତ ଷଣ୍ଢ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୬ ମାସ ହେଲା କଲବଲ କରୁଛନ୍ତି ପିମ୍ପୁଡ଼ି, ଅତିଷ୍ଠ ହେଲେଣି ଗ୍ରାମବାସୀ
ଗାଁରେ ଖେଳି ଯାଇଛି ପିମ୍ପୁଡି ଆତଙ୍କ । ୬ ମାସ ହେଲା କଲବଲ କରୁଛନ୍ତି । ବଞ୍ଚିବାକୁ ଦେଉ ନାହାନ୍ତି। ପିମ୍ପୁଡ଼ି ଦାଉରେ ଅତିଷ୍ଠ ହୋଇପଡ଼ିଲେଣି ଲୋକେ । ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି।
Crime
ନବଜାତକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିଲେ ବାପାମା’; ଆନ୍ଧ୍ରରୁ ଉଦ୍ଧାର
ପିଲାଟି ଜନ୍ମ ହେବାର ୯ ଦିନ ପରେ ନିଜର ନବଜାତ ଶିଶୁଟିକୁ ଅନ୍ୟ ହାତକୁ ଟେକି ଦେଇଥିଲେ ବାପାମା’।
Miscellaneous
ଖୋଲିଲା ଧାନ ମଣ୍ଡି, ମନ୍ତ୍ରୀ କହିଲେ- ଚାଷୀଙ୍କ ପାଇଁ ଆଜି ଉତ୍ସବର ଦିନ
ଚଳିତ ବର୍ଷ ମୋହନ ମାଝୀ ସରକାର ଅମଳରେ କଟନୀ ଛଟନୀ ସମସ୍ୟା ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୱିଣ୍ଟାଲ ପ୍ରତି ଚାଷୀ ୩୧ ଶହ ଟଙ୍କା ପାଇବେ । ଏଥିସହ ଧାନର କଳାବଜାରୀ ରୋକିବାକୁ ସୀମା ସିଲ୍ କରାଯିବ ।
Crime
୨୫ ଲକ୍ଷର ଅଳଙ୍କାର ଧରି ଫେରୁଥିଲେ ବାପପୁଅ, ଭୁଜାଲି ଦେଖାଇଲେ ଲୁଟେରା
ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା।
Crime
କଟକରେ ଲଜ୍ଜା; ୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ଏହି ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ବାରଙ୍ଗ ପୁଲିସ ତ୍ରିଶୁଳିଆ ଅଞ୍ଚଳରୁ ତାଙ୍କୁ ଗିରଫ କରିଛି।