ସୁରତରେ ଓଡ଼ିଶା ସମାଜ ପକ୍ଷରୁ ସ୍ନେହମିଳନ କାର୍ଯ୍ୟକ୍ରମ

ସୁରତ: ସୁରତରେ ଥିବା ଓଡ଼ିଶା ସମାଜ ପକ୍ଷରୁ ସ୍ନେହମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଓ ଓଡିଆ ଫିଲ୍ମ ଅଭିନେତା ସୁନିଲ କୁମାରଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବରେ ଅଭିନେତା ସୁନିଲ କୁମାର ସଙ୍ଗୀତ ଓ ଡାଏଲଗ ଦର୍ଶକଙ୍କ ମନମୋହିଥିଲା । ସୁରତ ସହରରେ ରହୁଥିବା ଓଡ଼ିଆମାନଙ୍କ ସମସ୍ୟା ଦୂର କରିବାକୁ ଯଥା ସମ୍ଭବ ସାହାଯ୍ୟ କରିବେ ବୋଲି ମନ୍ତ୍ରୀ ଜୁଏଲ ଓରାମ ଏହି ଅବସରରେ କହିଛନ୍ତି।