ଅମିତାଭ ବଚ୍ଚନଙ୍କ ସଂପର୍କରେ ୧୦ଟି କଥା ଯାହା ଆପଣ ଜାଣି ନଥିବେ

ମହାନାୟକ ଅମିତାଭ ବଚ୍ଚନଙ୍କୁ ବଲିଉଡ୍‌ର ମାଇଲ୍‌ ଖୁଣ୍ଟ ବୋଲି କହିଲେ ଭୁଲ ହେବ ନାହିଁ। ବଲିଉଡ୍‌ରେ ତାଙ୍କୁ ଶେହେନଶାହ ବୋଲି କୁହାଯାଏ। ସେ ନିଜର ପରିଶ୍ରମ ଓ ଦୃଢ ସଂକଳ୍ପ ଦ୍ୱାରା କୋଟି କୋଟି ଜନତାଙ୍କ ମନ ଜିତି ପାରିଛନ୍ତି। ଆଜି ହେଉଛି ତାଙ୍କର ୭୫ତମ ଜନ୍ମଦିନ। ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ ଓ ଅଜଣା କଥା। – ସେ ଏକଦା ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଚାହୁଁଥିଲେ -‘ମିଷ୍ଟର ଇଣ୍ଡିଆ’ […]

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 12:36 PM IST

ମହାନାୟକ ଅମିତାଭ ବଚ୍ଚନଙ୍କୁ ବଲିଉଡ୍‌ର ମାଇଲ୍‌ ଖୁଣ୍ଟ ବୋଲି କହିଲେ ଭୁଲ ହେବ ନାହିଁ। ବଲିଉଡ୍‌ରେ ତାଙ୍କୁ ଶେହେନଶାହ ବୋଲି କୁହାଯାଏ। ସେ ନିଜର ପରିଶ୍ରମ ଓ ଦୃଢ ସଂକଳ୍ପ ଦ୍ୱାରା କୋଟି କୋଟି ଜନତାଙ୍କ ମନ ଜିତି ପାରିଛନ୍ତି। ଆଜି ହେଉଛି ତାଙ୍କର ୭୫ତମ ଜନ୍ମଦିନ। ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ ଓ ଅଜଣା କଥା।

- ସେ ଏକଦା ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଚାହୁଁଥିଲେ

-‘ମିଷ୍ଟର ଇଣ୍ଡିଆ’ ଫିଲ୍ମର ସ୍କ୍ରିପ୍ଟ ଅମିତାଭ ବଚ୍ଚନଙ୍କୁ ଦୃଷ୍ଟିରେ ରଖି ଲେଖାଯାଇଥିଲା

- ଅମିତାଭ ଜଣେ ଆମ୍ବିଡେକ୍ସଟୋରସ, ଅର୍ଥାତ ସେ ଦୁଇ ହାତକୁ ଏକାଭଳି କାମରେ ଲଗାଇପାରନ୍ତି

- ସେ ମିସ୍‌ଥେନିଆ ଗ୍ରାଭିସ ନାମକ ଏକ ବିରଳ ମାଂସପେଶୀ ଜନିତ ସମସ୍ୟାରେ ପୀଡ଼ିତ

-୧୯୯୫ରେ ହୋଇଥିବା ମିସ୍‌ ୱାର୍ଲ୍ଡ ବିଉଟି ପ୍ରତିଯୋଗିତାରେ ସେ ଜଣେ ବିଚାରପତି ଥିଲେ

- ନିଜର ସଂଘର୍ଷ ସମୟରେ ଅମିତାଭ ଅନେକ ରାତି ମାରିନ ଡ୍ରାଇଭ୍ ବେଳା ଭୂମିରେ ବିତାଇଥିଲେ

- ଲଣ୍ଡନର ମାଡାମ ଟିସୌଡ ମିଉଜିୟମରେ ଅମିତାଭଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ଏଠାରେ ସ୍ଥାନ ପାଇବାରେ ସେ ହେଉଛନ୍ତି ଏସିଆର ପ୍ରଥମ ଅଭିନେତା।

- ବାପା ହରିବଂଶ ରାୟ ବଚ୍ଚନ ତାଙ୍କ ନାଁ ‘ଇନ୍‌କିଲାବ୍‌’ ଦେବାକୁ ଚାହୁଁଥିଲେ

- ନିଜର ଗମ୍ଭୀର ସ୍ୱର ପାଇଁ ସେ ଅଲ୍ ଇଣ୍ଡିଆ ରେଡିଓରେ ରିଜେକ୍ଟ ହୋଇଥିଲେ

- ୱାହିଦ ରେହମାନଙ୍କ ସୌନ୍ଦର୍ଯ୍ୟକୁ ଅମିତାଭ ଖୋଲା ଖୋଲି ତାରିଫ କରିଥିଲେ। ଅମିତାଭ ବଲିଉଡର ଆଉ କୌଣସି ହିରୋଇନକୁ ସେମାନଙ୍କ ସୌନ୍ଦର୍ଯ୍ୟ ନେଇ ଏମିତି ପ୍ରଶଂସା କରିନାହାନ୍ତି।

Related story