୨୦ଟି ବଲିଉଡ୍‌ ଫିଲ୍ମର ନାଁ, ବଛାଯାଇଥିଲା ଗୋଟେ ମିଳିଲା ଆଉ ଗୋଟେ

ମୁମ୍ବାଇ: କୁହାଯାଏ ଫିଲ୍ମଟେ ନିର୍ମାଣ କରିବା ଯେତେ କଷ୍ଟ ତା’ର ନାଁ ଦେବା ତାଠୁ ଅଧିକ କଷ୍ଟ। ପିଲ୍ମର ନାଁ ବହିର ଉପର ପୃଷ୍ଠା ପରି ଓ ଫିଲ୍ମଟି ଗୋଟେ ବନ୍ଦ ବହି ସଦୃଶ୍ୟ। ଆକର୍ଷଣୀୟ ପୃଷ୍ଠା ଦେଖି ଯେମିତି ଜଣେ ବହି କିଣିବା ପାଇଁ ବାଧ୍ୟ ହୋଇଯାଏ ସେମିତି ପିଲ୍ମର ନାଁରୁ ଜଣେ ବାଧ୍ୟ ହୋଇଯାଏ ଫିଲ୍ମ ଦେଖିବା ପାଇଁ। ଫିଲ୍ମଟିକୁ ତାର ନାଁ ହିଁ ପରିଚୟ ଦିଏ। ତେଣୁ ଫିଲ୍ମର ନାଁ ଦେବା ଆଦୌ […]

photo bollywood

Rakesh Mallick
  • Published: Sunday, 28 January 2018
  • , Updated: 28 January 2018, 04:06 PM IST

ମୁମ୍ବାଇ: କୁହାଯାଏ ଫିଲ୍ମଟେ ନିର୍ମାଣ କରିବା ଯେତେ କଷ୍ଟ ତା’ର ନାଁ ଦେବା ତାଠୁ ଅଧିକ କଷ୍ଟ। ପିଲ୍ମର ନାଁ ବହିର ଉପର ପୃଷ୍ଠା ପରି ଓ ଫିଲ୍ମଟି ଗୋଟେ ବନ୍ଦ ବହି ସଦୃଶ୍ୟ। ଆକର୍ଷଣୀୟ ପୃଷ୍ଠା ଦେଖି ଯେମିତି ଜଣେ ବହି କିଣିବା ପାଇଁ ବାଧ୍ୟ ହୋଇଯାଏ ସେମିତି ପିଲ୍ମର ନାଁରୁ ଜଣେ ବାଧ୍ୟ ହୋଇଯାଏ ଫିଲ୍ମ ଦେଖିବା ପାଇଁ। ଫିଲ୍ମଟିକୁ ତାର ନାଁ ହିଁ ପରିଚୟ ଦିଏ। ତେଣୁ ଫିଲ୍ମର ନାଁ ଦେବା ଆଦୌ ସହଜ କାମ ନୁହେଁ। ଅନେକ ଚିନ୍ତା ଓ ଆଲୋଚନା ପରେ ଫିଲ୍ମର ନାଁ ଦିଆଯାଏ। ବଲିଉଡରେ ଏମିତି ଅନେକ ଫିଲ୍ମ ରହିଛି ଯାହାର ନାଁ ଦେବା ସମୟରେ ଫିଲ୍ମ ନିର୍ମାତାଙ୍କୁ କଷ୍ଟ ହୋଇଛି। ଫିଲ୍ମର ନାଁକୁ ସେ ବାରମ୍ବାର ପରିବର୍ତ୍ତନ କରିଛନ୍ତି। ଆଜି ଆସନ୍ତୁ ସେମିତି କିଛି ଫିଲ୍ମ ସମ୍ପର୍କରେ ଜାଣିବା ଯାହାର ନାଁ ପୂର୍ବରୁ ଗୋଟେ ବଛାଯାଇଥିଲା କିନ୍ତୁ ଆଉ ଗୋଟେ ନାଁରେ ରିଲିଜ୍ ହେଲା।

୧) ପୂର୍ବରୁ-ପଦ୍ମାବତୀ, ପରେ-ପଦ୍ମାବତ୍‌

୨) ପୂର୍ବରୁ- ଜୟ ରାମ ଜି କି, ପରେ-ବୁଲେଟ୍‌ ରାଜା

୩) ପୂର୍ବରୁ- ସର୍ଟ ଟର୍ମ ସାଦି, ପରେ-ଏକ ମେଁ ହୁଁ ଅର ଏକ ତୁମ୍‌

୪) ପୂର୍ବରୁ-ଫାଇଣ୍ଡିଙ୍ଗ ଫାନି ଫର୍ଣ୍ଣାଣ୍ଡେସ୍, ପରେ- ଫାଇଣ୍ଡିଙ୍ଗ ଫାନି

୫) ପୂର୍ବରୁ- ତୁମ୍ ହି ହୋ, ପରେ-ହମାରି ଅଧୁରି କାହାନୀ

୬) ପୂର୍ବରୁ-ୟେ କାହାଁ ଆଗଏ ହମ୍, ପରେ-ଜବ୍ ତକ୍ ହୈ ଜାନ୍

୭) ପୂର୍ବରୁ-ଦ ରିଂ, ପରେ-ଜବ୍ ହୈରି ମେଟସ୍ ସେଜଲ୍

୮) ପୂର୍ବରୁ-ପଞ୍ଜାବ ଏକ୍ସପ୍ରେସ୍‌, ପରେ-ଜବ୍‌ ଉଇ ମେଟ୍‌

୯) ପୂର୍ବରୁ-ଇଲାଷ୍ଟିକ, ପରେ-ଲଭ୍ ଆଜ୍‌ କଲ୍

୧୦) ପୂର୍ବରୁ-ଜାଫନା, ପରେ-ମାଡ୍ରାସ୍ କାଫେ

୧୧) ପୂର୍ବରୁ-ୱାନ୍ସ ଅପନ ଏ ମୁମ୍ବାଇ ୨, ପରେ-ୱାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ ଦୋବାରା

୧୨) ପୂର୍ବରୁ-ରାମ୍ବୋ ରାଜକୁମାର, ପରେ-ଆର..ରାଜକୁମାର

୧୩) ପୂର୍ବରୁ-ବିଲୁ ବାର୍ବର, ପରେ-ବିଲୁ

୧୪) ପୂର୍ବରୁ-ୟେ କାହଁ ଆଗଏ ହମ୍, ପରେ-ବୀର-ଜାରା

୧୫) ପୂର୍ବରୁ-ଖାନ୍, ପରେ- ମାଇ ନେମ୍‌ ଇଜ୍‌ ଖାନ୍‌

୧୬) ପୂର୍ବରୁ-ସାଲି କୁତ୍ତିୟା, ପରେ-କଟି ବଟି

୧୭) ପୂର୍ବରୁ-ରନିଂ ୱିଥ୍ ଦ ବୁଲ୍ସ, ପରେ-ଜିନ୍ଦେଗି ନା ମିଲେଗି ଦୋବାରା

୧୮) ପୂର୍ବରୁ-ମେଣ୍ଟାଲ, ପରେ-ଜୟ ହୋ

୧୯) ପୂର୍ବରୁ-କିସ୍‌ମେଟ ଟକିସ୍, ପରେ-ଲକ୍ ବାଏ ଚାନ୍ସ

୨୦) ପୂର୍ବରୁ-ଅମନ୍‌ କି ଆଶା, ପରେ-ଟୋଟାଲ ସିୟାପା

Related story