ଜଣେ ଅଭିନେତ୍ରୀଙ୍କ ସୁରକ୍ଷା ପାଇଁ ୨୦୦ ସିକ୍ୟୁରିଟି ଗାର୍ଡ

ମୁମ୍ବାଇ: ସଲେବ୍ରେଟିମାନଙ୍କ କ୍ରେଜ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ସେମାନଙ୍କ ଚାଲିଚଲଣୀ, ପ୍ରେମ, ପରିବାରକୁ ନେଇ ଗଣମାଧ୍ୟମରେ ନୂଆନୂଆ ଖବର ଫ୍ରାନ୍‌ମାନଙ୍କୁ ଶୁଣାଇଥାଏ । ବେଳ ଏମିତି କିଛି ତାଜୁବ୍ କରିବା କଥା ଶୁଣିବାକୁ ମିଳେ ଯାହାକୁ ଜାଣିବା ପରେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ । ସାଉଥ୍ ସେନସେସନ୍‌ ନୟନତାରଙ୍କ କଥା ବି ଠିକ୍ ସେମତି, ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ମାଡାମ୍‌ଙ୍କ ସିକ୍ୟୁରିଟି ପାଇଁ କୁଆଡ ପ୍ରାୟ ୨୦୦ ଜଣ ଗାର୍ଡଙ୍କୁ ନିୟାଜିତ କରିବାକୁ ପଡୁଛି। […]

nayanthara0_1509437383

Rakesh Mallick
  • Published: Tuesday, 31 October 2017
  • , Updated: 31 October 2017, 06:39 PM IST

ମୁମ୍ବାଇ: ସଲେବ୍ରେଟିମାନଙ୍କ କ୍ରେଜ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ସେମାନଙ୍କ ଚାଲିଚଲଣୀ, ପ୍ରେମ, ପରିବାରକୁ ନେଇ ଗଣମାଧ୍ୟମରେ ନୂଆନୂଆ ଖବର ଫ୍ରାନ୍‌ମାନଙ୍କୁ ଶୁଣାଇଥାଏ । ବେଳ ଏମିତି କିଛି ତାଜୁବ୍ କରିବା କଥା ଶୁଣିବାକୁ ମିଳେ ଯାହାକୁ ଜାଣିବା ପରେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ । ସାଉଥ୍ ସେନସେସନ୍‌ ନୟନତାରଙ୍କ କଥା ବି ଠିକ୍ ସେମତି, ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ମାଡାମ୍‌ଙ୍କ ସିକ୍ୟୁରିଟି ପାଇଁ କୁଆଡ ପ୍ରାୟ ୨୦୦ ଜଣ ଗାର୍ଡଙ୍କୁ ନିୟାଜିତ କରିବାକୁ ପଡୁଛି।

ସତ କଥାଟି କିନ୍ତୁ ଏମିତି। ନୟନତାରା ଆଜିକାଲି ନିଜ ଆଗାମୀ ତାମିଲ ଫିଲ୍ମ 'ଭେଲିକ୍ରୋନ'ର ସୁଟିଂରେ ବ୍ୟସ୍ତ ରହୁଛନ୍ତି । ଫିଲ୍ମର ସୁଟିଂ ରାଜସ୍ଥାନରେ ଚାଲିଛି। ନିକଟରେ ଏହାର ଏକ ଗୀତର ସୁଟିଂ ଚାଲିଥିଲା। ସୁଟିଂ ସମୟରେ ନୟନତାରାଙ୍କୁ ଦେଖିବା ପାଇଁ ତାଙ୍କ ଫ୍ୟାନମାନେ ଘେରିଥିଲା। ଏମିତି ଅସମ୍ଭବ ଭିଡ ହୋଇଥିଲା ଯେ, ନୟନତାରାଙ୍କୁ ସୁରକ୍ଷା ଦେବା ପାଇଁ ଫିଲ୍ମ ନିର୍ମାତାଙ୍କୁ ୨୦୦ସିକ୍ୟୁରିଟି ଗାର୍ଡ ନିୟାଜିତ କରିବାକୁ ପଡିଥିଲା।

ଫିଲ୍ମର ସୁଟିଂ ପାଇଁ ରାଜସ୍ଥାନର କିଶନଗଡର ମାର୍ବଲ ଡମ୍ପିଂ ୟାର୍ଡ ପାଥ୍‌ରେ ସେଟ୍ ତିଆରି କରାଯାଇଥିଲା । ସୁଟିଂ ସମୟର କିଛି ଫଟୋ ଏବେ ଇଣ୍ଟରନେଟ୍‌ରେ ଭାଇରାଲ ମଧ୍ୟ ହେଉଛି । ସାମାଜିକ ବିଶୟବସ୍ତୁକୁ ନେଇ ଏହି ଫିଲ୍ମଟିର ନିର୍ମାଣ କରାଯାଉଛି। ଏଥିରେ ନୟନତାରାଙ୍କ ସହ ଲିଡ୍‌ରେ ନଜର ଆସିବେ ସିବା କାର୍ତ୍ତିକେୟନ।

Related story