ଦ୍ୱିତୀୟ ସପ୍ତାହରେ ‘ଜଲି ଏଲ୍‌ଏଲ୍‌ବି-୨’ ଆୟ କଲା ୮୮.୨ କୋଟି

ମୁମ୍ୱାଇ: ସୁବାଷ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜଲି ଏଲ୍‌ଏଲ୍‌ବି-୨ ଦ୍ୱିତୀୟ ସପ୍ତାହରେ ଭାରତରେ ୮୮.୨ କୋଟି ଟଙ୍କା ରୋଜଗାର କରିଛି। ଶୁକ୍ରବାର ୪କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ୬କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରୁଛନ୍ତି।  ୧୦ ଫେବୃଆରୀରେ ‘ଜଲି ଏଲ୍‌ଏଲ୍‌ବି-୨’ ରିଲିଜ୍‌ ହୋଇଥିଲା। ୨୦୧୩ରେ ରିଜିଲ ହୋଇଥିବା ‘ଜଲି ଏଲ୍‌ଏଲ୍‌ବି’ର ଏହା ହେଉଛି ସିକ୍ୱେଲ। ଏଥିରେ ଅକ୍ଷୟ କୁମାରଙ୍କ ସମେତ ହୁମା କୁରେସି, ଅନୁ […]

llb_

Rakesh Mallick
  • Published: Monday, 20 February 2017
  • , Updated: 20 February 2017, 03:36 PM IST

ମୁମ୍ୱାଇ: ସୁବାଷ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜଲି ଏଲ୍‌ଏଲ୍‌ବି-୨ ଦ୍ୱିତୀୟ ସପ୍ତାହରେ ଭାରତରେ ୮୮.୨ କୋଟି ଟଙ୍କା ରୋଜଗାର କରିଛି। ଶୁକ୍ରବାର ୪କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ୬କୋଟି ଟଙ୍କା ଆୟ କରିଛି।

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରୁଛନ୍ତି।  ୧୦ ଫେବୃଆରୀରେ ‘ଜଲି ଏଲ୍‌ଏଲ୍‌ବି-୨’ ରିଲିଜ୍‌ ହୋଇଥିଲା।

୨୦୧୩ରେ ରିଜିଲ ହୋଇଥିବା ‘ଜଲି ଏଲ୍‌ଏଲ୍‌ବି’ର ଏହା ହେଉଛି ସିକ୍ୱେଲ। ଏଥିରେ ଅକ୍ଷୟ କୁମାରଙ୍କ ସମେତ ହୁମା କୁରେସି, ଅନୁ କପୁର ଓ ସୌରଭ ଶୁକ୍ଲା ଅଭିନୟ କରୁଛନ୍ତି।

Related story