ଠକଙ୍କ ଜାଲରେ ପଡ଼ିଗଲେ ଈଶା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଈଶା ଶର୍ବାଣୀ ଠକାମିର ଶିକାର ହୋଇଥିବା କଥା ସାମ୍ନାକୁ ଆସିଛି। ଏବେ ବି-ଟାଉନ୍‌ରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏ ଘଟଣାରେ ଦିଲ୍ଲୀ ପୁଲିସ୍ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି। https://www.instagram.com/p/B0qOO2apCeP/?utm_source=ig_web_copy_link ସୂଚନା ଅନୁଯାୟୀ, ଏବେ ଅଷ୍ଟ୍ରେଲିଆର ପର୍ଥରେ ରହୁଥିବା ଈଶା ଏକ ଫୋନ୍‌ କଲ୍ ପାଇଥିଲେ। ଜଣେ ବ୍ୟକ୍ତି ନିଜକୁ ଅଷ୍ଟ୍ରେଲିଆର ଟ୍ୟାକ୍ସ ଅଧିକାରୀ ବୋଲି ପରିଚୟ ଦେଇ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟର ଟ୍ରାଞ୍ଜାକ୍ସନ୍‌ରେ ଗଡ଼ବଡ଼ ଥିବା ଦର୍ଶାଇ ପ୍ରାୟ […]

isha

Chinmayee Roy
  • Published: Thursday, 19 September 2019
  • , Updated: 19 September 2019, 04:42 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଈଶା ଶର୍ବାଣୀ ଠକାମିର ଶିକାର ହୋଇଥିବା କଥା ସାମ୍ନାକୁ ଆସିଛି। ଏବେ ବି-ଟାଉନ୍‌ରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏ ଘଟଣାରେ ଦିଲ୍ଲୀ ପୁଲିସ୍ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି।

https://www.instagram.com/p/B0qOO2apCeP/?utm_source=ig_web_copy_link

ସୂଚନା ଅନୁଯାୟୀ, ଏବେ ଅଷ୍ଟ୍ରେଲିଆର ପର୍ଥରେ ରହୁଥିବା ଈଶା ଏକ ଫୋନ୍‌ କଲ୍ ପାଇଥିଲେ। ଜଣେ ବ୍ୟକ୍ତି ନିଜକୁ ଅଷ୍ଟ୍ରେଲିଆର ଟ୍ୟାକ୍ସ ଅଧିକାରୀ ବୋଲି ପରିଚୟ ଦେଇ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟର ଟ୍ରାଞ୍ଜାକ୍ସନ୍‌ରେ ଗଡ଼ବଡ଼ ଥିବା ଦର୍ଶାଇ ପ୍ରାୟ ୨ ଘଣ୍ଟା କାଳ ତାଙ୍କୁ ଡରାଇଥିଲେ। ଏମିତିକି ତାଙ୍କୁ ଗିରଫ ବି କରାଯାଇପାରେ ବୋଲି କହିଥିଲେ। ଏହା ପରେ ତାଙ୍କ ଆକାଉଣ୍ଟରୁ ପାଖାପାଖି ୩ ଲକ୍ଷ ଟଙ୍କା ଟ୍ରାନ୍ସଫର୍ କରାଇଥିଲେ। କିଛି ସମୟ ପରେ ପୁଣି ଈଶାଙ୍କୁ ଫୋନ୍‌ ଆସିଲା। ଏଥର ତାଙ୍କୁ କୁହାଗଲା ଯେ ତାଙ୍କ ଆକାଉଣ୍ଟରୁ କୌଣସି ଆତଙ୍କବାଦୀ ସଂଗଠନକୁ ଟଙ୍କା ପଠାଯାଇଛି। ଏହା ସହିତ ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ପୁଣି ଟଙ୍କା ମାଗିଥିଲେ।

https://www.instagram.com/p/BsK6SEgh4Do/?utm_source=ig_web_copy_link

ଏହାପରେ ଈଶାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥଲା ଓ ସେ ଏହି ଟ୍ୟାକ୍ସ ଅଧିକାରୀଙ୍କ ସମ୍ପର୍କରେ ଜାଣିବା ପାଇଁ ଖୋଳତାଡ଼ ଆରମ୍ଭ କରିଦେଲେ। ତା’ପରେ ସେ ଜାଣି ପାରିଲେ ସେ ସେ ଠକାମିର ଶିକାର ହୋଇଛନ୍ତି। ଏହାପରେ ସେ ଦିଲ୍ଲୀ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ଯାଞ୍ଚ କରିବା ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ବିକାଶପୁରୀରେ ଏକ କଲ୍‌ ସେଣ୍ଟର କରି ଏହିଭଳି ଠକେଇ କରୁଥିଲେ। ପୁଲିସ୍‌ ସେମାନଙ୍କ ୭ଟି ବ୍ୟାଙ୍କ ଆକାଉଣ୍ଟରୁ ପାଖାପାଖି ୧.୨୫ କୋଟି ଟଙ୍କା ଜବତ କରିଛି।

ସୂଚନାଯୋଗ୍ୟ, ଈଶା ବଲିଉଡ୍‌ରେ ବିବେକ୍‌ ଓବରଏଙ୍କ ଫିଲ୍ମ ‘କ୍ରିଷ୍ଣା’ରେ ଡେବ୍ୟୁ କରିଥିଲେ। ଏହାପରେ ସେ ‘ଗୁଡ୍‌ ବୟ ବ୍ୟାଡ୍‌ ବୟ’, ‘ଡେଭିଡ୍’, ‘ଲକ୍‌ ବାଇଚାନ୍ସ୍’ ଓ ‘କରିବ୍‌ ସିଙ୍ଗଲ୍ ସିଙ୍ଗଲ୍’ ପରି ଫିଲ୍ମରେ ଅଭିନୟ କରିଥିଲେ।

 

Related story