ନଷ୍ଟ କଲେ ପଦ୍ମାବତୀଙ୍କ ମୁରୁଜ; ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ଦୀପିକା

ମୁମ୍ବାଇ: ସଂଜୟ ଲୀଲା ଭଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’ର ସୁଟିଂ ଆରମ୍ଭ ହେବା ଦିନ ଠାରୁ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଠିକ୍ ଭାବେ ଦର୍ଶାଯାଇନଥିବା ଅଭିଯୋଗ କରି ଅନେକ ଏହାର ବିରୋଧ କରୁଛନ୍ତି। ଏମିତିକି ସୁଟିଂ ସେଟ୍‌ରେ ଭଙ୍ଗାରୁଜା ସହିତ ନିର୍ଦ୍ଦେଶକଙ୍କୁ ଠେଲାପେଲା ମଧ୍ୟ କରାଯାଇଛି। ଥରେ ସୁଟିଂ ସେଟ୍‌ରେ ଥିବା ଜିନିଷରେ ନିଆଁ ମଧ୍ୟ ଲଗାଇ ଦିଆଯାଇଥିଲା। ଆସନ୍ତା  ଡିସେମ୍ବରରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମକୁ ନେଇ ଏବେବି ବିବାଦ […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 05:26 PM IST

ମୁମ୍ବାଇ: ସଂଜୟ ଲୀଲା ଭଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’ର ସୁଟିଂ ଆରମ୍ଭ ହେବା ଦିନ ଠାରୁ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଠିକ୍ ଭାବେ ଦର୍ଶାଯାଇନଥିବା ଅଭିଯୋଗ କରି ଅନେକ ଏହାର ବିରୋଧ କରୁଛନ୍ତି। ଏମିତିକି ସୁଟିଂ ସେଟ୍‌ରେ ଭଙ୍ଗାରୁଜା ସହିତ ନିର୍ଦ୍ଦେଶକଙ୍କୁ ଠେଲାପେଲା ମଧ୍ୟ କରାଯାଇଛି। ଥରେ ସୁଟିଂ ସେଟ୍‌ରେ ଥିବା ଜିନିଷରେ ନିଆଁ ମଧ୍ୟ ଲଗାଇ ଦିଆଯାଇଥିଲା। ଆସନ୍ତା  ଡିସେମ୍ବରରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମକୁ ନେଇ ଏବେବି ବିବାଦ ଜାରି ରହିଛି। ଦେଶର କେଉଁଠି ନା କେଉଁଠି ଏହି ଫିଲ୍ମ ବିରୋଧରେ ସ୍ୱର ଉଠୁଥିବା ଦେଖିବାକୁ ମିଳୁଛି।

ନିକଟରେ ଫିଲ୍ମଟିର ପ୍ରମୋସନ୍‌ ପାଇଁ ଗୁଜରାଟ ସୁରତରେ ଏକ ମଲ୍‌ରେ ପଦ୍ମାବତୀଙ୍କର ଏକ ମୁରୁଜ ବନାଯାଇଥିଲା। ଏହି ମୁରୁଜ ତିଆରି କରିବାକୁ ଯୁବ ଚିତ୍ରଶିଳ୍ପୀ କରଣଙ୍କୁ ୪୮ଘଣ୍ଟା ଲାଗିଥିଲା। ତେବେ ଫିଲ୍ମଟିକୁ ବିରୋଧ କରୁଥିବା ଲୋକେ ଏହି ମୁରୁଜକୁ ନଷ୍ଟ କରି ଦେଇଥିଲେ। ନିଜେ କରଣ ଟ୍ୱିଟ୍ କରି ଏହା ଜଣାଇଥିଲେ। ‘ପଦ୍ମାବତୀ’ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଦୀପିକା ପାଦୁକୋନ ଟ୍ୱିଟ କରି ଏହି ଘଟଣାକୁ ନିନ୍ଦା କରିଥିଲେ। ବିରୋଧୀଙ୍କ ଏପରି କାର୍ଯ୍ୟ ଦୁଃଖଦାୟକ ବୋଲି ସେ ଲେଖିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପଦକ୍ଷେପ ନେବାକୁ ସେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଅନୁରୋଧ କରିଥିଲେ। ଏହା ପରେ ପୋଲିସ୍ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ବିଶ୍ୱ ହିନ୍ଦୁ ପରିଷଦର ହୋଇଥିବା ବେଳେ ଅନ୍ୟମାନେ କରଣୀ ସେନାର କାର୍ଯ୍ୟକର୍ତ୍ତା ବୋଲି ଜଣାପଡ଼ିଛି।

Related story