ସାତବର୍ଷର ବୈବାହିକ ସଂପର୍କରୁ ଅଲଗା ହେବେ ନନ୍ଦିତା

ମୁମ୍ବାଇ: ଦୀର୍ଘ ୭ ବର୍ଷର ବୈବାହିକ ସଂପର୍କକୁ ଭାଙ୍ଗିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସ। ଏହା ଆମେ ନୁହେଁ ନିଜେ ନନ୍ଦିତା ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି। ସ୍ୱାମୀ ସୁବୋଧ ମସକାରାଙ୍କ ନିକଟରୁ ଅଲଗା ହେବା କଥା ସେ ଚାହିଁଥିଲେ ଓ ଏହା ଶାନ୍ତିପୂର୍ଣ୍ଣ ଭାବେ ହୋଇଛି ବୋଲି ନନ୍ଦିତା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ବୈବାହିକ ସଂପର୍କ ଭାଙ୍ଗିବା ଏତେଟା ସହଜ କଥା ନୁହେଁ। ଯେତେବେଳେ ଆପଣଙ୍କ ଏକ ସନ୍ତାନ ରହିଥାଏ। ତେବେ […]

nandita

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 04:37 PM IST

ମୁମ୍ବାଇ: ଦୀର୍ଘ ୭ ବର୍ଷର ବୈବାହିକ ସଂପର୍କକୁ ଭାଙ୍ଗିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସ। ଏହା ଆମେ ନୁହେଁ ନିଜେ ନନ୍ଦିତା ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି।

ସ୍ୱାମୀ ସୁବୋଧ ମସକାରାଙ୍କ ନିକଟରୁ ଅଲଗା ହେବା କଥା ସେ ଚାହିଁଥିଲେ ଓ ଏହା ଶାନ୍ତିପୂର୍ଣ୍ଣ ଭାବେ ହୋଇଛି ବୋଲି ନନ୍ଦିତା କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ବୈବାହିକ ସଂପର୍କ ଭାଙ୍ଗିବା ଏତେଟା ସହଜ କଥା ନୁହେଁ। ଯେତେବେଳେ ଆପଣଙ୍କ ଏକ ସନ୍ତାନ ରହିଥାଏ। ତେବେ ସନ୍ତାନର ଲାଳନପାଳନ ପାଇଁ ଉଭୟ ଦମ୍ପତ୍ତିଙ୍କ ସହଯୋଗ ରହିବ ବୋଲି ସେ କହିଛନ୍ତି।  ଖବର ମୁତାବକ ନନ୍ଦିତା ଓ ସୁବୋଧଙ୍କ ଛଅ ବର୍ଷର ପୁଅ ଭିଆନ ରହିଛି।

Related story