ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ନିଜର ବ୍ୟାନର ନିର୍ମିତ ହେଉଛି ପ୍ରଥମ ଫିଲ୍ମ ‘ତେଜୁ’। ଏଥିରେ କଙ୍ଗନା ନିର୍ଦ୍ଦେଶକ ଭାବେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସେ ୮୦ ବର୍ଷୀୟ ବୃଦ୍ଧା ଭୂମିକାରେ ଅଭିନୟ କରିବେ। କଙ୍ଗନା ଏ କଥା ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି,“ ଫିଲ୍ମ ‘ତେଜୁ’ରେ ମୁଁ ଜଣେ ୮୦ ବର୍ଷୀୟ ବୃଦ୍ଧା ଭୂମିକା ଅଭିନୟ କରିବି। ଏହା ସେହି ବୃଦ୍ଧ ମହିଳାଙ୍କ ବିଷୟରେ ଆଧାରିତ ଯାହାଙ୍କୁ ମୁଁ ଜାଣିଛି ଓ ଯାହାଙ୍କୁ ମୁଁ ଭଲ ପାଏ। ଏହା ମୋ ବିଷୟରେ ମଧ୍ୟ। ସେ ୮୦ ବର୍ଷରେ ବି ନିଜକୁ ବୁଢ଼ୀ ବୋଲି ଭାବନ୍ତି ନାହିଁ।”
ସୌଜନ୍ୟ -ହିନ୍ଦୁସ୍ତାନ ଟାଇମ୍ସ