ଝିଅ ନୁହେଁ, ଝିଆରୀକୁ ପରଦାକୁ ଆଣିବେ ଆମୀର

ମୁମ୍ବାଇ: ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଆମୀର ଖାନ୍‌ ତାଙ୍କ ଝିଅ ଇରାଙ୍କୁ ପରଦାକୁ ଆଣିବା ପାଇଁ ଏତେ ଉତ୍ସୁକ ନଥିବା ବେଳେ ତାଙ୍କ ଝିଆରୀ ଜାୟନ୍‌ ମାରିଆ ଖାନ୍‌ ଫିଲ୍ମରେ ଡେବ୍ୟୁ କରିବେ ବୋଲି ଜଣାପଡ଼ିଛି। ପୁଣି ଆମୀର ତାଙ୍କୁ ଲଞ୍ଚ୍ କରିବେ ବୋଲି ଜଣାପଡ଼ିଛି। ଜାୟନ୍ ହେଉଛନ୍ତି ବଲିଉଡ୍‌ ପ୍ରଯୋଜକ ତଥା ନିର୍ଦ୍ଦେଶକ ମନ୍‌ସୂର ଖାନ୍‌ଙ୍କ ଝିଅ। ଆଉ ମନ୍‌ସୂର ହେଉଛନ୍ତି ଆମୀରଙ୍କ ଦାଦା ତଥା ବିଶିଷ୍ଟ ଫିଲ୍ମ ମେକର ଓ ନିର୍ଦ୍ଦେଶକ ନାସିର […]

aamir

aamir

Jitendra Garnayak
  • Published: Thursday, 15 August 2019
  • Updated: 15 August 2019, 01:51 PM IST

ମୁମ୍ବାଇ: ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଆମୀର ଖାନ୍‌ ତାଙ୍କ ଝିଅ ଇରାଙ୍କୁ ପରଦାକୁ ଆଣିବା ପାଇଁ ଏତେ ଉତ୍ସୁକ ନଥିବା ବେଳେ ତାଙ୍କ ଝିଆରୀ ଜାୟନ୍‌ ମାରିଆ ଖାନ୍‌ ଫିଲ୍ମରେ ଡେବ୍ୟୁ କରିବେ ବୋଲି ଜଣାପଡ଼ିଛି। ପୁଣି ଆମୀର ତାଙ୍କୁ ଲଞ୍ଚ୍ କରିବେ ବୋଲି ଜଣାପଡ଼ିଛି।

ZAYNଜାୟନ୍ ହେଉଛନ୍ତି ବଲିଉଡ୍‌ ପ୍ରଯୋଜକ ତଥା ନିର୍ଦ୍ଦେଶକ ମନ୍‌ସୂର ଖାନ୍‌ଙ୍କ ଝିଅ। ଆଉ ମନ୍‌ସୂର ହେଉଛନ୍ତି ଆମୀରଙ୍କ ଦାଦା ତଥା ବିଶିଷ୍ଟ ଫିଲ୍ମ ମେକର ଓ ନିର୍ଦ୍ଦେଶକ ନାସିର ହୁସେନଙ୍କ ପୁଅ।

ସୂଚନା ଅନୁଯାୟୀ, ଡେବ୍ୟୁ ଫିଲ୍ମ ପାଇଁ ଜାୟନ୍‌ ପ୍ରସ୍ତୁତି ବି ଆରମ୍ଭ କରି ଦେଲେଣି। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଏହା ଏକ ସ୍କ୍ରିପ୍ଟ ବୋଲି ଜଣାପଡ଼ୁଛି। ଅବଶ୍ୟ ତା’ ଉପରେ ସେ ଅଲଗା ଜିନିଷ ରଖି ଦେଇଛନ୍ତି।

 

View this post on Instagram

 

Happyness 🥰 @khan.ira call me!😘 📸 @sahabime

A post shared by Zayn Khan (@zaynmarie) on


୨୦୧୬ରେ ରିଲିଜ୍ ହୋଇଥିବା ଶକୁନ ବାତ୍ରାଙ୍କ ଫିଲ୍ମ ‘କପୁର ଆଣ୍ଡ୍ ସନ୍ସ’ରେ ଜାୟନ୍‌ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିଲେ। ସେ ସୋଶାଲ୍ ମିଡିଆରେ ଭାରି ଆକ୍ଟିଭ୍ ରହନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଇରା (ଆମୀରଙ୍କ ଝିଅ)ଙ୍କ ସହିତ କିଛି ଫଟୋ ଶେଆର୍ କରିଛନ୍ତି। ଏଥିରେ ଦୁହେଁ ବେଶ୍ ଖୁସି ଜଣାପଡୁଛନ୍ତି।

ଜାୟନ୍‌ଙ୍କ ଡେବ୍ୟୁ ଫିଲ୍ମ ସମ୍ପର୍କରେ ଆଉ କିଛି ଜଣାପଡ଼ି ନଥିଲେ ମଧ୍ୟ ଏହାର ନିର୍ଦ୍ଦେଶନା ତାଙ୍କ ସମ୍ପର୍କୀୟ ଭାଇ ତଥା ଅଭିନେତା ଇମ୍ରାନ୍‌ ଖାନ୍‌ (ଆମୀରଙ୍କ ଭଣଜା) ଦେବେ। ଅଭିନୟରେ ଏତେଟା ସଫଳ ନ ହେବା ପରେ ଇମ୍ରାନ୍ ଏବେ ନିର୍ଦ୍ଦେଶନା ଆଡ଼କୁ ମୁହାଁଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos