ଭିଲାଇ(ଓଡିଶା ରିପୋର୍ଟର): ମଡେଲ ଅଭିଜିତ କୌର ହେଉଛନ୍ତି ରାହୁଲ ଗାନ୍ଧୀଙ୍କ ବଡ ଫ୍ୟାନ୍। ୨୦୧୫ରେ ଯେତେବେଳେ ରାହୁଲ ଛତିଶଗଡ ଗସ୍ତରେ ଆସିଥିଲେ ସେତେବେଳେ ସେ ତାଙ୍କୁ ଭେଟିବାକୁ ଯାଇଥିଲେ। ଏମିତିକି ସୁରକ୍ଷା ବଳୟ ଭାଙ୍ଗି ସେ ରାହୁଲଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କ ସୁରକ୍ଷାରେ ଥିବା ଏସ୍ଓଜି ଯବାନମାନେ ତାଙ୍କୁ ଭିତରକୁ ଛାଡି ନ ଥିଲେ । ଏହି ଘଟଣାକୁ ଢେର ଦିନ ବିତି ଯାଇଥିବା ବେଳେ ଇତିମଧ୍ୟରେ ଅଭିଜିତ୍ ଜଣେ ଜଣାଶୁଣା ମଡେଲ ହୋଇସାରିଲେଣି। ଏପରିକି ସେ ରାହୁଲଙ୍କ କୋର୍ଟିମ୍ ସହ ମିଶି କାମ କରିବାର ସୁଯୋଗ ମଧ୍ୟ ହାତେଇ ସାରିଛନ୍ତି। ଏମିତି ସ୍ଥିତିରେ ଥାଇ ମଧ୍ୟ ସେଦିନ ଘଟଣା ତାଙ୍କର ମନେ ଅଛି ବୋଲି କୁହନ୍ତି। ଏହି ମଡେଲ ଜଣଙ୍କ ସମ୍ପର୍କରେ ହୁଏତ ଆପଣ ବିଶେଷ କିଛି ଜାଣିବାକୁ ଚାହୁଁଥିବେ, ତା ହେଲ ଆସନ୍ତୁ ଜାଣିବା କିଏ ସେ ମଡେଲ।
ଅଭିଜିତ୍ଙ୍କ ସମ୍ପର୍କରେ କିଛି କଥା
ସଂସ୍ପର୍ଶରେ ଆସିବା ପରେ ରାଜନୀତିରେ ପ୍ରବେଶ କରିବାକୁ ମନସ୍ଥ କରିଥିଲେ।
- ୨୦୧୪ରେ ସେ ଛତିଶଗଡ ପ୍ରଦେଶ ପାଇଁ ରାଷ୍ଟ୍ରୀୟ ପ୍ରତିନିଧି ଭାବ ମନୋନୀତ ହୋଇଥିଲେ।
- ପଞ୍ଜାବ ନିର୍ବାଚନ ପରେ ଗୁଜରାଟ ନିର୍ବାଚନ ଲାଗି ସେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି।