ତୁମ୍ ଫିର୍ ସୁରୁ ହୋ ଗୟେ…
- Published: Tuesday, 10 April 2018
- , Updated: 10 April 2018, 01:42 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ତୁମ୍‌ ଫିର୍‌ ସୁରୁ ହୋ ଗୟେ। ତୁମ୍‌ ଫିର୍‌ ସୁରୁ ହୋ ଗୟେ। ଆପଣ ଭାବୁଥିବେ ଆମେ ଏମିତି କାହିଁକି କହୁଛୁ । ବାସ୍ତବରେ କଥା ହେଉଛି, ଜାତୀୟ ସ୍ତରରେ ପୁଣି ଥରେ ଓଡ଼ିଆ କଣ୍ଠଶିଳ୍ପୀ କମାଲ ଦେଖେଇଛନ୍ତି।

(image) ଆମେ ଏଠି କହୁଛୁ ଓଡ଼ିଆ କଣ୍ଠଶିଳ୍ପୀ ଅଭିଜିତ୍‌ ମିଶ୍ର ଓ ପ୍ରିୟଙ୍କା ମିତ୍ରାଙ୍କ ବିଷୟରେ। ନିକଟରେ ସେମାନଙ୍କର ଏକ ନୂଆ ଆଲବମ୍‌ ରିଲିଜ୍‌ ହୋଇଛି। ତା’ପୁଣି ଆମ ହିନ୍ଦି ଭାଷାରେ। ଏହି ଗୀତରେ ଅଭିଜିତ୍‌ ଓ ପ୍ରିୟଙ୍କା କଣ୍ଠଦାନ କରିଥିବା ବେଳେ ଅଭିନୟ ମଧ୍ୟ କରିଛନ୍ତି। ଏହାକୁ ସ୍ୱର ଦେଇଛନ୍ତି ଅଭିଜିତ୍‌ ମିଶ୍ର। ସଂଗୀତ ରଚନା କରିଛନ୍ତି ଶ୍ୟାମ୍‌ ରାଜ। ବାଦ୍ୟଯନ୍ତ୍ରରେ ସହାୟତା ଦେଇଛନ୍ତି ଡିକେନ୍‌ ନାୟକ। ଫଟୋଗ୍ରାଫି କରିଥିଲେ ଅର୍‌ଗୋପାଲ୍‌ ତ୍ରିବେଦୀ ଓ ଏଥିରେ ସହ ଫଟୋଗ୍ରାଫର ଥିଲେ ଈଶା ଭାଟିଆ।

ଏହି ଗୀତଟି ଦୁଇଜଣ ଭଲ ବନ୍ଧୁଙ୍କ ସଂପର୍କକୁ ନେଇ ନିର୍ମାଣ ହୋଇଛି। ସେମାନଙ୍କ ଭିତରେ ଥିବା ଭଲପାଇବା ବୁଝାବଣା, ରାଗରୁଷାକୁ ନେଇ ଗୀତଟିର ଚିତ୍ରାୟନ କରାଯାଇଛି। ତେବେ ଚାଲନ୍ତୁ ଦେଖିବା ଏହି ଭଡିଓ।

https://www.youtube.com/watch?v=GogYIDsl4No&feature=youtu.be