ଏହି କାରଣରୁ ଐଶ୍‌ଙ୍କ ପାଇଁ ଗର୍ବ ଅନୁଭବ କଲେ ଅଭିଷେକ

ମୁମ୍ବାଇ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ମିଳିଛି। ଏହାକୁ ନେଇ ଝିଅ ଆରାଧ୍ୟାଙ୍କ ସହ ସ୍ୱାମୀ ଅଭିଷେକ ମଧ୍ୟ ବେଶ୍ ଖୁସି ଜାହିର କରିଛନ୍ତି।

ସେପ୍ଟେମ୍ବର ୮ରେ ଆମେରିକାରେ ଆୟୋଜିତ WIFT(Women in film and television India Awards) ସମାରୋହରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ମେରିଲ ଷ୍ଟ୍ରିପ୍‌ ଏକ୍ସିଲେନ୍ସ ସମ୍ମାନ ଦିଆଯାଇଛି। ଏହି ଅବସରରେ ଐଶ୍‌ଙ୍କୁ ସର୍ବପ୍ରଥମେ ତାଙ୍କ ଝିଅ ଆରାଧ୍ୟା କୁଣ୍ଢାଇ ଶୁଭେଚ୍ଛା ଜଣାଇଥିଲେ।

avi
image credit-internet

ଏହି ଫଟୋକୁ ଶେୟାର୍‌ କରି ଅଭିଷେକ କହିଛନ୍ତି ଯେ ପତ୍ନୀ ଐଶ୍‌ ସମ୍ମାନିତ ହୋଇଥିବାବେଳେ ଝିଅ ଆରାଧ୍ୟା ତାଙ୍କୁ କୁଣ୍ଢାଇ ଶୁଭେଚ୍ଛା ଜଣାଇବାର ମୁହୂର୍ତ୍ତ ତାଙ୍କୁ ଏକ ଗର୍ବିତ ସ୍ୱାମୀର ଅନୁଭବ ଦେଇଛି।  ଅଭିଷେକ ଲେଖିଛନ୍ତି, ‘‘ ପତ୍ନୀଙ୍କୁ  ମେରିଲ୍ ଷ୍ଟ୍ରିପ୍‌ ଏକ୍ସିଲେନ୍ସ ସମ୍ମାନ ମିଳିଥିବାବେଳେ ଝିଅ ଆରାଧ୍ୟା ତାଙ୍କୁ କୁଣ୍ଢାଇ ଶୁଭେଚ୍ଛା ଜଣାଇଥିବା ଦେଖି ମତେ ଖୁବ୍‌ ଖୁସି ଲାଗିଲା। ଏହି ଫଟୋ ଦେଖି ମୁଁ ଖୁବ୍‌ ଗର୍ବ ଅନୁଭବ କରୁଛି।’’

ଏହି ସମାରୋହରେ ଐଶ୍‌ ଇଜିପ୍ଟ ଡିଜାଇନ୍‌ରେ ତିଆରି ବ୍ଲାକ୍‌ ଓ ଗୋଲ୍ଡନ୍‌ କଲର୍‌ ଗାଉନ୍‌ ପିନ୍ଧିଥିବାବେଳେ ସେଠାରେ ଉପସ୍ଥିତ ଝିଅ ଆରାଧ୍ୟା ଏକ ପିଙ୍କ୍‌ କଲର୍‌ ଗାଉନ୍‌ ପିନ୍ଧିଥିଲେ।