ଦୁର୍ଘଟଣା ଫିଟାଇ ଦେଇଥିଲା ଶକ୍ତିଙ୍କ ଭାଗ୍ୟ, କପିଲଙ୍କ ଶୋ’ରେ ମନେ ପକାଇଲେ ସେଦିନର କଥା

ମୁମ୍ବାଇ: ନେଗେଟିଭ୍ ରୋଲ୍‌ରେ ଅଭିନୟ ପାଇଁ ଶକ୍ତି କପୁର ବେଶ୍ ପରିଚିତ। ସେ ଭଲ କମେଡି ବି କରନ୍ତି। ତେବେ ଜାଣନ୍ତି, ଏକ ଛୋଟ ଦୁର୍ଘଟଣା ତାଙ୍କ ଭାଗ୍ୟ ଫିଟାଇ ଦେଇଥିଲା ଓ ସେ ‍ଫିଲ୍ମରେ ପ୍ରମୁଖ ଭୂମିକା ପାଇବାରେ ସଫଳ ହୋଇଥିଲେ। ‘ଦ କପିଲ୍ ଶର୍ମା’ ଶୋ’ରେ ଶକ୍ତି କପୁର ସେ ଦିନର କଥା ମନେ ପକାଇ କହିଥିଲେ, ଲିଙ୍କିଙ୍ଗ୍‌ ରୋଡ୍‌ରେ ମୋ କାର୍‌କୁ ଏକ ମର୍ସିଡିଜ୍‌ ଧକ୍କା ଦେଇଥିଲା। ଯେତେବେଳେ ମୁଁ କାରରୁ ଓହ୍ଲାଇଲି […]

shakti

Jitendra Garnayak
  • Published: Sunday, 14 July 2019
  • , Updated: 14 July 2019, 01:44 PM IST

ମୁମ୍ବାଇ: ନେଗେଟିଭ୍ ରୋଲ୍‌ରେ ଅଭିନୟ ପାଇଁ ଶକ୍ତି କପୁର ବେଶ୍ ପରିଚିତ। ସେ ଭଲ କମେଡି ବି କରନ୍ତି। ତେବେ ଜାଣନ୍ତି, ଏକ ଛୋଟ ଦୁର୍ଘଟଣା ତାଙ୍କ ଭାଗ୍ୟ ଫିଟାଇ ଦେଇଥିଲା ଓ ସେ ‍ଫିଲ୍ମରେ ପ୍ରମୁଖ ଭୂମିକା ପାଇବାରେ ସଫଳ ହୋଇଥିଲେ।

‘ଦ କପିଲ୍ ଶର୍ମା’ ଶୋ’ରେ ଶକ୍ତି କପୁର ସେ ଦିନର କଥା ମନେ ପକାଇ କହିଥିଲେ, ଲିଙ୍କିଙ୍ଗ୍‌ ରୋଡ୍‌ରେ ମୋ କାର୍‌କୁ ଏକ ମର୍ସିଡିଜ୍‌ ଧକ୍କା ଦେଇଥିଲା। ଯେତେବେଳେ ମୁଁ କାରରୁ ଓହ୍ଲାଇଲି ସେତେବେଳେ ସେହି ମର୍ସିଡିଜ୍ ଭିତରୁ ଫିରୋଜ୍ ଖାନ୍ ବାହାରୁଥିବା ମୁଁ ଦେଖିଲି। ମୁଁ ସଙ୍ଗେ ସଙ୍ଗେ ତାଙ୍କ ନିକଟକୁ ଯାଇ କହିଥିଲି- ସାର୍ ମୋ ନାଁ ଶକ୍ତି କପୁର। ମୁଁ ପୁନେ ସ୍ଥିତ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଅଭିନୟରେ ଡିପ୍ଲୋମା କରିଛି। ମୋତେ ଆପଣଙ୍କ ଫିଲ୍ମରେ ଗୋଟିଏ ରୋଲ୍ ଦିଅନ୍ତୁ।”

[caption id="attachment_406015" align="aligncenter" width="750"] ଫିରୋଜ ଖାନ୍ ଓ ବିନୋଦ ଖନ୍ନା[/caption]

ଏ ଘଟଣା ସଂପର୍କରେ ଫିରୋଜ୍ ଖାନ୍ ଲେଖକ କେକେ ଶୁକ୍ଳାଙ୍କୁ କହିଥିଲେ। ସେହିଦିନ ସନ୍ଧ୍ୟାରେ ଶକ୍ତି କପୁର ଲେଖକ କେ କେ ଶୁକ୍ଳାଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ଶ୍ରୀ ଶୁକ୍ଳା ତାଙ୍କୁ କହିଥିଲେ, ଫିରୋଜ ଖାନ୍ ତାଙ୍କ ନୂଆ ଫିଲ୍ମରେ ଏକ ରୋଲ୍ ପାଇଁ ଏକ ନୂଆ ମୁହଁ ଖୋଜୁଥିଲେ। ସେ ସେହି ନୂଆ ମୁହଁକୁ ପାଇଯାଇଛନ୍ତି। ସେ ପୁନେ ସ୍ଥିତ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ର। ସେ ତାଙ୍କ କାର୍‌କୁ ଧକ୍କା ଦେଇଥିଲେ।”

ଏହା ପରେ ଶକ୍ତି କପୁର ଉତ୍ସାହିତ ହୋଇ କହିଲେ, ମୁଁ ସେହି ବ୍ୟକ୍ତି। ଏହା ପରେ ଫିରୋଜଙ୍କୁ କେକେ ଶୁକ୍ଳା ଫୋନ୍ କରିଥିଲେ ଓ ଶକ୍ତି ପାଇଥିଲେ ବଡ଼ ବ୍ରେକ୍‌।

ତାଙ୍କର ସେହି ଫିଲ୍ମର ନାଁ ‘କୁରବାନି’। ଏହା ୧୯୮୦ରେ ରିଲିଜ୍ ହୋଇଥିଲା। ଏହା ପରେ ସେ ‘ରକି’ ଫିଲ୍ମରେ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।

Related story