ଟ୍ୱିଟ୍ କରି କ୍ଷମା ମାଗିଲେ ଆମୀର

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ସୁପର୍‌ଷ୍ଟାର ଆମୀର ଖାନ୍ ବୁଧବାର ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍ କରି ସେ ସମସ୍ତଙ୍କୁ କ୍ଷମା ମାଗିଥିଲେ। ସେ ଲେଖିଥିଲେ, ‘ଯଦି ମୁଁ ଜାଣତରେ ଅବା ଅଜାଣତରେ କାହାକୁ ଦୁଃଖ ପହଞ୍ଚାଇଥାଏ ଅବା ଆଘାତ ଦେଇଥାଏ, ତା’ହେଲେ ମୋତେ କ୍ଷମା କରି ଦେବେ। ମୁଁ ଯୋଡ଼ ହସ୍ତରେ ନତମସ୍ତକ ହୋଇ କ୍ଷମା ପ୍ରାର୍ଥନା କରୁଛି।’ ଆମୀର କେଉଁ ପ୍ରସଙ୍ଗକୁ ନେଇ ଏହି ପୋଷ୍ଟ୍ କରିଥିଲେ, ତାହା ସ୍ପଷ୍ଟ ହୋଇପାରିନି। ତେବେ ଏହି […]

aamir

Jitendra Garnayak
  • Published: Thursday, 05 September 2019
  • , Updated: 05 September 2019, 04:01 PM IST

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ସୁପର୍‌ଷ୍ଟାର ଆମୀର ଖାନ୍ ବୁଧବାର ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍ କରି ସେ ସମସ୍ତଙ୍କୁ କ୍ଷମା ମାଗିଥିଲେ। ସେ ଲେଖିଥିଲେ, ‘ଯଦି ମୁଁ ଜାଣତରେ ଅବା ଅଜାଣତରେ କାହାକୁ ଦୁଃଖ ପହଞ୍ଚାଇଥାଏ ଅବା ଆଘାତ ଦେଇଥାଏ, ତା’ହେଲେ ମୋତେ କ୍ଷମା କରି ଦେବେ। ମୁଁ ଯୋଡ଼ ହସ୍ତରେ ନତମସ୍ତକ ହୋଇ କ୍ଷମା ପ୍ରାର୍ଥନା କରୁଛି।’

ଆମୀର କେଉଁ ପ୍ରସଙ୍ଗକୁ ନେଇ ଏହି ପୋଷ୍ଟ୍ କରିଥିଲେ, ତାହା ସ୍ପଷ୍ଟ ହୋଇପାରିନି। ତେବେ ଏହି ପୋଷ୍ଟ୍ ପଢ଼ି ଫ୍ୟାନ୍‌ମାନଙ୍କର ‘ଠଗ୍‌ସ ଅଫ୍ ହିନ୍ଦୁସ୍ତାନ’ କଥା ମନେ ପଡ଼ି ଯାଇଥିଲା। ଅମିତାଭ ବଚ୍ଚନ ଓ ଆମୀର ଖାନ୍‌ଙ୍କ ଅଭିନୀତ ଏହି ଫିଲ୍ମଟି ଗତବର୍ଷ ରିଲିଜ୍ ହୋଇଥିଲା। ଆଉ ଏହାକୁ ଦର୍ଶକମାନେ ପସନ୍ଦ କରି ନଥିଲେ। ଆମୀର ଏଭଳି ଫିଲ୍ମରେ ଅଭିନୟ କରିବା କଥାକୁ ତାଙ୍କ ଫ୍ୟାନ୍‌ମାନେ ସହଜରେ ଗ୍ରହଣ କରିପାରି ନଥିବା ବେଳେ ଏହାକୁ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି। ସେଥିଯୋଗୁ ଗତକାଲି ତାଙ୍କର ଏହି ଟ୍ୱିଟ୍‌ ପଢ଼ିବା ମାତ୍ରେ ସେମାନଙ୍କର ସେହି ତିକ୍ତ ଅନୁଭୂତି ଉଦ୍‌ଜୀବିତ ହୋଇଯାଇଥିଲା।


ଆମୀରଙ୍କ ଏହି ଟ୍ୱିଟ୍ ପଢ଼ି ଜଣେ ଫ୍ୟାନ୍‌ ଲେଖିଥିଲେ,‘ଠିକ୍ ଅଛି, କ୍ଷମା କରି ଦେଲି। କିନ୍ତୁ ଆଉ କେବେ ଠଗ୍‌ସ ଅଫ୍ ହିନ୍ଦୁସ୍ତାନ ଭଳି ଖରାପ ଫିଲ୍ମ ଆଦୌ କରିବେନି।’ ଆଉ ଜଣେ ଲେଖିଛନ୍ତି,‘ସେ ଫିଲ୍ମ ଦେଖିବା ପାଇଁ ଯେଉଁ ଟଙ୍କା ଖର୍ଚ୍ଚ କରିଥିଲୁ, ତାକୁ ଫେରାଇ ଦିଅନ୍ତୁ।’ ସେହିଭଳି ଅନ୍ୟ ଜଣେ ଟ୍ୱିଟର୍ ବ୍ୟବହାରକାରୀ ଲେଖିଛନ୍ତି,“ଠଗ୍‌ସ ଅଫ୍ ହିନ୍ଦୁସ୍ତାନ ଭଳି ଫିଲ୍ମ ତିଆରି କରିଥିବାରୁ ଓ ଜୋନି ଡେପ୍‌ଙ୍କୁ ଏତେ ଭୟାନକ ଭାବେ ଅନୁକରଣ କରିଥିବାରୁ ମୁଁ ଆପଣଙ୍କୁ କ୍ଷମା କଲି।’

ସୂଚନାଯୋଗ୍ୟ, ଏହି ଫିଲ୍ମ ପାଇଁ ଆମୀର ପୂର୍ବରୁ ତାଙ୍କ ଫ୍ୟାନ୍‌ମାନଙ୍କୁ ଭୁଲ୍ ମାଗିବା ସହିତ ଏଥିପାଇଁ ନିଜକୁ ଦାୟୀ କରିଥିଲେ।

Related story