ହସ୍ପିଟାଲରେ ଅମିତାଭ ବଚ୍ଚନ
ମୁମ୍ୱାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ସଂଧ୍ୟାରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ହସ୍ପିଟାଲର ମୁଖପାତ୍ର ଏ ନେଇ ସୂଚନା ଦେଇଛନ୍ତି। ତେବେ କେଉଁ କାରଣ ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେ ନେଇ ସୂଚନା ମିଳିନାହିଁ।
Maharashtra: Actor Amitabh Bachchan has been taken to Nanavati hospital in Mumbai. More details awaited.
— ANI (@ANI) July 11, 2020
୭୭ ବର୍ଷୀୟ ଏହି ବରିଷ୍ଠ କଳାକାରଙ୍କ ଆଗାମୀ ଫିଲ୍ମ ବ୍ରହ୍ମସ୍ତ୍ର ଫିଲ୍ମ ରହିଛି। ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ରହିଛନ୍ତି। କରୋନା ପାଇଁ ଦେଶରେ ଲକଡାଉନ୍ ରହିଥିଲା ତେଣୁ ଏହି ଫିଲ୍ମ ସୁଟିଂ ଏବେ ସ୍ଥଗିତ ରହିଥିବା ସୂଚନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।