କ୍ଷମା ମାଗିଲେ ସୈଫ୍ ଅଲ୍ଲି ଖାନ୍

ମୁମ୍ବାଇ: ଶେଷରେ ନିଜ ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲି ଖାନ୍। ସୀତା ହରଣ ଓ ରାମ-ରାବଣ ଯୁଦ୍ଧକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ସୋଶାଲ୍ ମିଡିଆରେ ଜୋରଦାର୍ ଟ୍ରୋଲର ଶିକାର ହୋଇଥିବା ସୈଫ୍ ନିଜ ଭୁଲ୍ ମାନିଛନ୍ତି। ଏହି ଅଭିନେତା ଜଣକ ଏକ ସାକ୍ଷାତକାରରେ ନିଜର ଆଗାମୀ ଫିଲ୍ମ ‘ଆଦିପୁରୁଷ’ ସମ୍ବନ୍ଧରେ କହିଥିଲେ, ଯେଉଁଥିରେ ସେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିବାଦ ଦେଖା ପରେ […]

saif

saif

Ranjit Kumar Jena
  • Published: Sunday, 06 December 2020
  • Updated: 06 December 2020, 07:05 PM IST

Sports

Latest News

ମୁମ୍ବାଇ: ଶେଷରେ ନିଜ ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲି ଖାନ୍। ସୀତା ହରଣ ଓ ରାମ-ରାବଣ ଯୁଦ୍ଧକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ସୋଶାଲ୍ ମିଡିଆରେ ଜୋରଦାର୍ ଟ୍ରୋଲର ଶିକାର ହୋଇଥିବା ସୈଫ୍ ନିଜ ଭୁଲ୍ ମାନିଛନ୍ତି। ଏହି ଅଭିନେତା ଜଣକ ଏକ ସାକ୍ଷାତକାରରେ ନିଜର ଆଗାମୀ ଫିଲ୍ମ 'ଆଦିପୁରୁଷ' ସମ୍ବନ୍ଧରେ କହିଥିଲେ, ଯେଉଁଥିରେ ସେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିବାଦ ଦେଖା ପରେ ସୈଫ୍ ଏବେ କ୍ଷମା ମାଗିଛନ୍ତି।

ସୈଫ୍ କହିଛନ୍ତି, ଏକ ସାକ୍ଷାତକାରରେ ମୁଁ ଯେଉଁ ମନ୍ତବ୍ୟ ଦେଇଥିଲି, ତାହା ଏତେ ବିବାଦୀୟ ଏବଂ ଲୋକଙ୍କ ଭାବନାକୁ ଆଘାତ ଦେବ ବୋଲି ଭାବିନଥିଲି। ମୋର କହିବାର ଉଦ୍ଦେଶ୍ୟ ସେଭଳି କିଛି ନଥିଲା। ତେଣୁ ମୁଁ ସମସ୍ତଙ୍କୁ ଏଥିପାଇଁ କ୍ଷମା ମାଗୁଛି ଏବଂ ସେହି ବୟାନକୁ ପ୍ରତ୍ୟାହାର କରୁଛି। ଭଗବାନ ରାମ ସର୍ବଦା ମୋ ପାଇଁ ଧାର୍ମିକ ଏବଂ ବୀରତ୍ୱର ପ୍ରତୀକ ରହିଆସିଛନ୍ତି। ଫିଲ୍ମ 'ଆଦିପୁରୁଷ' ଅଧର୍ମ ଉପରେ ଧର୍ମର ବିଜୟ ଉପରେ ଆଧାରିତ। ଆମର ପୂରା ଟିମ୍ ଏହି ମହାନ କାମକୁ ପରଦାରେ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

ସୂଚନାଯୋଗ୍ୟ, 'ଆଦିପୁରୁଷ'ରେ ସୈଫ୍ ଓ ସାଉଥ୍ ଷ୍ଟାର୍ ପ୍ରଭାସ ଏକାଠି ନଜର ଆସିବେ। ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସୈଫ୍ ରାବଣ (ଲଙ୍କେଶ) ଭୂମିକା ତୁଲାଇବେ। ଏକ ସାକ୍ଷାତକାରରେ ଏହି ଫିଲ୍ମକୁ ନେଇ ସୈଫ୍ କହିଥିଲେ ଯେ ରାବଣ ଦ୍ୱାରା ସୀତା ହରଣ ନ୍ୟାୟୋଚିତ ଥିଲା, କାରଣ ଲକ୍ଷ୍ମଣ ରାବଣଙ୍କ ଭଉଣୀ ସୁର୍ପନଖାର ନାକ କାଟିଦେଇଥିଲେ। ଯାହା ପରେ ଆରମ୍ଭ ହୋଇଯାଇଥିଲା ବିବାଦ।

ସୂଚନାଯୋଗ୍ୟ, 'ଆଦିପୁରୁଷ'କୁ ହିନ୍ଦୀ ଓ ତେଲୁଗୁରେ ଶୁଟିଂ କରାଯିବ। ଏହି 3D ଫିଲ୍ମକୁ ପରେ ତାମିଲ୍, ମଲାୟଲମ୍ ଓ କନ୍ନଡ଼ ସମେତ ଅନ୍ୟାନ୍ୟ ଭାଷାରେ ଡବ୍ କରାଯିବ। ଫିଲ୍ମର ଶୁଟିଂ ୨୦୨୧ରୁ ଆରମ୍ଭ ହେବ। ଏହି ଫିଲ୍ମ ୨୦୨୨, ଅଗଷ୍ଟ ୧୧ ତାରିଖରେ ରିଲିଜ୍ କରାଯିବ ବୋଲି ଘୋଷଣା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos