ଡାକୁ ବନିଗଲେ ସୁଶାନ୍ତ ସିଂହ ରାଜପୁତ

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ସୁଶାନ୍ତ ସିଂହ ରାଜପୁତ ଏବେ ବନ୍ଧୁକ ଧରି ବୁଲୁଛନ୍ତି। କାନ୍ଧରେ ପକାଇଛନ୍ତି ଗୁଳିର ମାଳ। ଖାଲି ବନ୍ଧୁକ ନୁହେଁ ତାଙ୍କ ପାଖରେ ଘୋଡା ଆଉ ଗାଡି ବି ଅଛି। ଲମ୍ବା ନିଶ ଆଉ ଚଉଡା ଦାଢିରେ ବୁଲୁଥିବା ସୁଶାନ୍ତଙ୍କୁ ଯିଏ ଦେଖିବ ସିଏ ଡରିଯିବ। ପ୍ରକୃତରେ ହ୍ୟାଣ୍ଡସମ୍‌ ସୁଶାନ୍ତ ଏବେ ଡାକୁ ପାଲଟି ଯାଇଛନ୍ତି। ଏତେସବୁ ଶୁଣି ଆପଣ ଚିନ୍ତାରେ ପଡିବେଣି । ଭାବୁଥିବେ ଏମିତି କ’ଣ ହେଲା ଯେ, ଗ୍ଲାମର […]

susant

Rakesh Mallick
  • Published: Friday, 02 February 2018
  • , Updated: 02 February 2018, 05:31 PM IST

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ସୁଶାନ୍ତ ସିଂହ ରାଜପୁତ ଏବେ ବନ୍ଧୁକ ଧରି ବୁଲୁଛନ୍ତି। କାନ୍ଧରେ ପକାଇଛନ୍ତି ଗୁଳିର ମାଳ। ଖାଲି ବନ୍ଧୁକ ନୁହେଁ ତାଙ୍କ ପାଖରେ ଘୋଡା ଆଉ ଗାଡି ବି ଅଛି। ଲମ୍ବା ନିଶ ଆଉ ଚଉଡା ଦାଢିରେ ବୁଲୁଥିବା ସୁଶାନ୍ତଙ୍କୁ ଯିଏ ଦେଖିବ ସିଏ ଡରିଯିବ। ପ୍ରକୃତରେ ହ୍ୟାଣ୍ଡସମ୍‌ ସୁଶାନ୍ତ ଏବେ ଡାକୁ ପାଲଟି ଯାଇଛନ୍ତି।

ଏତେସବୁ ଶୁଣି ଆପଣ ଚିନ୍ତାରେ ପଡିବେଣି । ଭାବୁଥିବେ ଏମିତି କ’ଣ ହେଲା ଯେ, ଗ୍ଲାମର ଦୁନିଆ ଛାଡି ସୁଶାନ୍ତ ଏ ଅଡୁଆରେ ଗୋଡ ପୁରେଇଲେ। ବାସ୍ତବରେ ସେ ଡାକୁ ପାଲଟି ନାହାନ୍ତି। ହେଲେ ଏଥର ତାଙ୍କୁ ଏମିତି ଚଳଚ୍ଚିତ୍ରଟିଏ ମିଳିଛି ଯେଉଁଥିରେ ଏମିତି ରୂପରେ ଦର୍ଶକ ତାଙ୍କୁ ଭେଟିବେ।

ଟିଭି ସିରିଏଲ୍‌ ଜଗତରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତା ଜଣକ ସିରିଅଲ ପରେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। ଧିରେ ଧିରେ ସେ ବଲିଉଡ୍‌ର ଜଣେ ଆଗଧାଡ଼ିର ନାୟକ ବନିଯାଇଛନ୍ତି। କ୍ୟାରିୟରର ଆରମ୍ଭରେ ସେ ଏମିତି ସବୁ ଫିଲ୍ମରେ କରିଥିଲେ ଯାହାକୁ କରିବା ପାଇଁ ବଡ଼ ବଡ଼ ଅଭିନେତା ଚାହିଁ ବସିଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ସୁଶାନ୍ତ ବାଜି ମାରି ନେଇଥିଲେ।

ଏବେ ଦସ୍ୟୁମାନଙ୍କ ଉପରେ ଆଧାରିତ ଫିଲ୍ମ ‘ସୋନେ ଚିଡିଆ’ ନିର୍ମିତ ହେବାକୁ ଯାଉଛି। ଏଥିରେ ସୁଶାନ୍ତ ଡାକୁ ଚରିତ୍ରରେ ନଜର ଆସିବେ। ଫିଲ୍ମରେ ସୁଶାନ୍ତଙ୍କ ଚରିତ୍ର ‘ସୋଲେ’ ଫିଲ୍ମର ଗବରଙ୍କୁ ମନେ ପକାଇଦେବ। ଫିଲ୍ମରେ ସୁଶାନ୍ତଙ୍କ ଲୁକ୍‌ ମଧ୍ୟ ଖୁବ୍‌ ଜବରଦସ୍ତ ରହିଛି। ଏହି ଫିଲ୍ମରେ ସୁଶାନ୍ତ ବିପକ୍ଷରେ ଅଛନ୍ତି ଭୂମି ପେଡେନକର। ସୁଶାନ୍ତଙ୍କ ପରି ଭୂମି ମଧ୍ୟ ଭିନ୍ନଭିନ୍ନ ଚରିତ୍ରରେ ଅଭିନୟ କରିସାରିଛନ୍ତି।

Related story