ୱାଶିଂଟନ: ‘ଦ ମିଡ୍ନାଇଟ୍ ସନ୍’ ଷ୍ଟାର୍ ବେଲ୍ଲା ଥ୍ରୋନ୍ ନିକଟରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଶେଆର୍ କରିଛନ୍ତି। ଏହା ହେଉଛି ତାଙ୍କ ମିଛି ମିଛିକା ବାହାଘର ବା ମକ୍ ୱେଡିଂର ଭିଡିଓ। ଏଥିରେ ସେ ପୂର୍ବତନ ବୟଫ୍ରେଣ୍ଡ ତଥା ରାପର୍ ମୋଡ୍ ସନ୍ଙ୍କୁ ବାହା ହେଉଛନ୍ତି। ଏ ଭିଡିଓଟି ଆଗରୁ କେହି ଦେଖି ନଥିଲେ। ତେବେ ବେଲ୍ଲାଙ୍କ ଏହି ପୋଷ୍ଟ ଦେଖି ମୋଡ୍ ଖପ୍ପା ହୋଇଯାଇଛନ୍ତି। ବେଲ୍ଲା ଏହି ଭିଡିଓ ସହିତ ଏକ କବିତା ମଧ୍ୟ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ଡିପ୍ରେସନ୍ ବା ଅବସାଦ ବିଷୟରେ ବର୍ଣ୍ଣନା କରାଯାଇଛି।
ଏହି ଭିଡିଓ ଦେଖିବା ପରେ ମୋଡ୍ ଅଭିଯୋଗ କରିଛନ୍ତି ଯେ, ବେଲ୍ଲା ତାଙ୍କ ବହିର ପ୍ରମୋସନ୍ ପାଇଁ ଏହାକୁ ପୋଷ୍ଟ୍ କରିଛନ୍ତି ଓ ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି।
ସେ ଲେଖିଛନ୍ତି,“ବହିର ପ୍ରମୋସନ୍ ପାଇଁ ବାହାଘର ଭିଡିଓ ପୋଷ୍ଟ୍ କର ନାହିଁ। ଏପରି କରି ପ୍ରେମକୁ ନେଇ ମୋର ଯେଉଁ ଚିନ୍ତାଧାରା ରହିଛି, ତାକୁ ଅସମ୍ମାନ କରନି। ଯଦି ତୁମେ ଏହାକୁ (ବାହାଘରକୁ) ମିଛ ବୋଲି କହୁଛ, ତା’ହେଲେ ତୁମେ ଜଣେ ଦକ୍ଷ ଅଭିନେତ୍ରୀ। ଜାଣିଶୁଣି ଏମିତି ଆଘାତ ଦିଅନି।”