୬୦୦ ଟଙ୍କାର ଶାଢ଼ି ପିନ୍ଧିଲେ, ତଥାପି ଟ୍ରୋଲ୍‌ ହେଲେ

ମୁମ୍ବାଇ: ଶାଢ଼ି ପ୍ରତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାୱତ୍‌ଙ୍କର କୁଆଡ଼େ ଅହେତୁକ ଦୁର୍ବଳତା ରହିଛି। ଚାରି ଦିନ ତଳେ ତାଙ୍କର ଏକ ଶାଢ଼ି ପିନ୍ଧା ଫଟୋ ସୋଶାଲ୍ ମିଡିଆରେ ଦେଖିବାକୁ ମିଳିଥିଲା। ସେ ମୁମ୍ବାଇରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ବିମାନବନ୍ଦରରେ ଏହି ଫଟୋ ଉଠା ଯାଇଥିଲା। କଙ୍ଗନାଙ୍କ ଭଉଣୀ ତଥା ମ୍ୟାନେଜର୍ ଏହି ଫଟୋଟିକୁ ଟ୍ୱିଟ୍‌ କରିଥିଲେ ଓ ସେହି ଶାଢ଼ି ସମ୍ପର୍କରେ ଅଧିକ ସୂଚନା ଦେଇଥିଲେ। ତାଙ୍କ ସୂଚନା ଅନୁଯାୟୀ, କଙ୍ଗନା ପିନ୍ଧିଥିବା ଉକ୍ତ […]

kangana

Niharika Rout
  • Published: Thursday, 22 August 2019
  • , Updated: 22 August 2019, 04:47 PM IST

ମୁମ୍ବାଇ: ଶାଢ଼ି ପ୍ରତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାୱତ୍‌ଙ୍କର କୁଆଡ଼େ ଅହେତୁକ ଦୁର୍ବଳତା ରହିଛି। ଚାରି ଦିନ ତଳେ ତାଙ୍କର ଏକ ଶାଢ଼ି ପିନ୍ଧା ଫଟୋ ସୋଶାଲ୍ ମିଡିଆରେ ଦେଖିବାକୁ ମିଳିଥିଲା। ସେ ମୁମ୍ବାଇରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ବିମାନବନ୍ଦରରେ ଏହି ଫଟୋ ଉଠା ଯାଇଥିଲା।

କଙ୍ଗନାଙ୍କ ଭଉଣୀ ତଥା ମ୍ୟାନେଜର୍ ଏହି ଫଟୋଟିକୁ ଟ୍ୱିଟ୍‌ କରିଥିଲେ ଓ ସେହି ଶାଢ଼ି ସମ୍ପର୍କରେ ଅଧିକ ସୂଚନା ଦେଇଥିଲେ। ତାଙ୍କ ସୂଚନା ଅନୁଯାୟୀ, କଙ୍ଗନା ପିନ୍ଧିଥିବା ଉକ୍ତ ଶାଢ଼ିର ଦାମ୍ ମାତ୍ର ୬୦୦ ଟଙ୍କା। ସେ ଏହାକୁ କୋଲକାତାରୁ କିଣି ଥିଲେ। ଏହି ସୁନ୍ଦର ଅର୍ଗାନିକ୍ କଟନ୍ ଶାଢ଼ିର ଦାମ୍ ଏତେ କମ୍ ହୋଇଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଥିଲେ। ସେହିପରି ଖୁବ୍‌ ପରିଶ୍ରମ କରି ଏମିତି ଶାଢ଼ି ବୁଣୁଥିବା ଲୋକଙ୍କ ବିଷୟରେ ଭାବି ଦୁଃଖିତ ବି ହୋଇଥିଲେ।


ଏହି ପୋଷ୍ଟ୍ ଦେଖିବା ପରେ କିଛି ଲୋକ କଙ୍ଗନାଙ୍କୁ ପ୍ରଶଂସା କରିଥିଲେ। କାରଣ ଜଣେ ବଡ଼ ଷ୍ଟାର୍‌ ହୋଇ ମଧ୍ୟ ସେ ୬୦୦ ଟଙ୍କାର ଶାଢ଼ି ପିନ୍ଧିବାକୁ ପସନ୍ଦ କରିଥିଲେ।

ତେବେ ଅନେକ ଲୋକ କଙ୍ଗନାଙ୍କୁ ଟ୍ରୋଲ୍ କରିଥିଲେ। ଶାଢ଼ି ପାଇଁ ନୁହେଁ, ସେ ସେହି ଫଟୋରେ ଧରିଥିବା ହ୍ୟାଣ୍ଡ୍‌ ବ୍ୟାଗ୍‌କୁ ଦେଖି ଟ୍ୱିଟର୍ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ୍ କରିଥିଲେ। ତାଙ୍କ ଭଉଣୀ ସିନା ଶାଢ଼ିର ଦାମ୍ ଲେଖି ଦେଲେ, ହେଲେ ଲୋକଙ୍କ ନଜର ପଡ଼ିଥିଲା ସେ ଧରିଥିବା ‘ପ୍ରାଡା’ ବ୍ରାଣ୍ଡ୍‌ର ଦାମୀ ହ୍ୟାଣ୍ଡବ୍ୟାଗ୍ ଉପରେ। ଏହାର ଦାମ୍ ପ୍ରାୟ ୨ଲକ୍ଷ ୩୦ ହଜାର ଟଙ୍କା ବୋଲି କୁହାଯାଉଛି।

୬୦୦ ଟଙ୍କାର ଶାଢ଼ି ସହିତ ୨.୩୦ ଲକ୍ଷ ଟଙ୍କାର ହ୍ୟାଣ୍ଡବ୍ୟାଗ୍‌ ଦେଖି ଲୋକେ ଏହାକୁ ହଜମ କରି ପାରି ନଥିଲେ। ଜଣେ ଟ୍ୱିଟର୍ ୟୁଜର ଲେଖିଥିଲେ, ୬୦୦ ଟଙ୍କାର ଶାଢ଼ି ସହିତ ପ୍ରାଡା ବ୍ୟାଗ୍ କାହିଁକି। ଏହା କେବଳ ଦେଖେଇ ହେବା ପାଇଁ। ଅନ୍ୟ ଜଣେ ତାଙ୍କ ଉଦ୍ଦେଶ୍ୟରେ ‘ଡବଲ୍‌ ଷ୍ଟାଣ୍ଡାର୍ଡ’ ବ୍ୟବହାର କରିଥିଲେ। ସେହିପରି ଜଣେ ୟୁଜର କଙ୍ଗନାଙ୍କ ଭଉଣୀଙ୍କୁ ମିଛେଇ ବୋଲି କହିଥିଲେ।

Related story