‘ଅଶ୍ଳୀଳତା ନୁହେଁ: ଯିଏ ମୋ କାନ କାମୁଡ଼ା ଖାଇନି, ସିଏ ବିରୋଧ କରୁଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ଦେଖିବାକୁ ମିଳିବ ନାହିଁ ଝାଇଁମରା ଡ୍ୟାନ୍ସ। ଏପରିକି ରାନୀ ପଣ୍ଡାଙ୍କୁ ମଧ୍ୟ ଦେଖିବାକୁ ମିଳିବ ନାହିଁ। କାରଣ ସେ ଅଭିନୟ କରୁଥିବା ଅନୁଷ୍ଠାନ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ ଚଳିତବର୍ଷ ଖଣ୍ଡଗିରିକୁ ଆସୁନାହିଁ। ସେହି ଦୁଷ୍ଟିରୁ ରାନୀଙ୍କ ନଟୀ ନଟୀ ଡ୍ୟାନ୍ସ ଦେଖିବାକୁ ପାଇବେ ନାହିଁ ଦର୍ଶକ। ଯାହାକୁ ନେଇ ଦର୍ଶକଙ୍କ ଭିତରେ ନିରାଶାଭାବ ଦେଖାଦେଇଥିବା ବେଳେ ଆଟାକିଂ ମୋଡ୍‌ରେ ଅଛନ୍ତି ରାନୀ। ସେ ଯାତ୍ରା ଆୟୋଜକଙ୍କ ଉପରେ ବିଷ […]

rani-panda

rani-panda

Manoranjan Sial
  • Published: Wednesday, 29 January 2020
  • Updated: 29 January 2020, 05:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ଦେଖିବାକୁ ମିଳିବ ନାହିଁ ଝାଇଁମରା ଡ୍ୟାନ୍ସ। ଏପରିକି ରାନୀ ପଣ୍ଡାଙ୍କୁ ମଧ୍ୟ ଦେଖିବାକୁ ମିଳିବ ନାହିଁ। କାରଣ ସେ ଅଭିନୟ କରୁଥିବା ଅନୁଷ୍ଠାନ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ ଚଳିତବର୍ଷ ଖଣ୍ଡଗିରିକୁ ଆସୁନାହିଁ। ସେହି ଦୁଷ୍ଟିରୁ ରାନୀଙ୍କ ନଟୀ ନଟୀ ଡ୍ୟାନ୍ସ ଦେଖିବାକୁ ପାଇବେ ନାହିଁ ଦର୍ଶକ। ଯାହାକୁ ନେଇ ଦର୍ଶକଙ୍କ ଭିତରେ ନିରାଶାଭାବ ଦେଖାଦେଇଥିବା ବେଳେ ଆଟାକିଂ ମୋଡ୍‌ରେ ଅଛନ୍ତି ରାନୀ। ସେ ଯାତ୍ରା ଆୟୋଜକଙ୍କ ଉପରେ ବିଷ ଓଗାଳିବା ସହ କହିଛନ୍ତି ଅଶ୍ଳୀଳତା ନୁହେଁ, ଯିଏ ମୋ କାନ କାମୁଡ଼ା ଖାଇନି, ସିଏ ବିରୋଧ କରୁଛନ୍ତି।

ଯାତ୍ରା ମହାକୁମ୍ଭ ଖଣ୍ଡଗିରି ମେଳା। ଚଳିତବର୍ଷ ଫେବ୍ରୁଆରୀ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବ ମେଳା। ସେଥିପାଇଁ ସାଧୁ ଓ ସନ୍ଥମାନେ ଖଣ୍ଡଗିରିକୁ ଆସିବା ଆରମ୍ଭ କଲେଣି। ମେଳା ୧ ତାରିଖରୁ ଆରମ୍ଭ ହେଉଥିବା ବେଳେ ୫ରୁ ରଙ୍ଗୀନ ହେବ ଖଣ୍ଡଗିରିର ରଙ୍ଗମଞ୍ଚ। ସେଥିପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ହୋଡିଂ ଛାଇ ହୋଇଗଲାଣି। ଏକାଥରକେ ୬ଟି ଯାତ୍ରା ପାର୍ଟି ମଞ୍ଚସ୍ଥ କରିବେ ନାଟକ। ଦୁଇଟି ପର୍ଯ୍ୟାୟରେ ୧୨ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିବେ। ମାତ୍ର ଏଥର ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’କୁ ଦେଖିବାକୁ ମିଳିବ ନାହିଁ। କେବଳ ‘ନ୍ୟୁ ସଚ୍ଚିଦାନନ୍ଦ’ ନୁହେଁ, ରାଜ୍ୟ ବହୁ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନ ମଧ୍ୟ ଆସୁନଥିବା ଆଲୋଚନା ହେଉଛି। ତାହାହେଲେ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’କୁ ନେଇ ଆଲୋଚନା କାହିଁକି? ଏହାର ଉତ୍ତର କିନ୍ତୁ କାହା ପାଖରେ ନଥିବ। ପ୍ରକୃତରେ କଥା ହେଉଛି, ଚଳିତବର୍ଷ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ରେ ଅଛନ୍ତି ହଟ୍‌ ଆଇଟମ୍‌ ଡ୍ୟାନ୍ସର ରାନୀ ପଣ୍ଡା। ଏଥିରେ ସେ ‘ଆଇଟମ୍‌ ଗର୍ଲ ରାନୀ ପଣ୍ଡା’ ନାଟକର ମୁଖ୍ୟ ନାୟିକା। ସେ ନାଟକରେ ଅଭିନୟ କରିବା ସହିତ ଡ୍ୟାନ୍ସ ମଧ୍ୟ କରୁଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ରାନୀଙ୍କୁ ନେଇ ବିବାଦ କାହିଁକି? ଗତବର୍ଷ ରାନୀଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ନେଇ ଖଣ୍ଡଗିରିରେ ଉଠିଥିଲା ବିବାଦ। ଯାତ୍ରା ‘ସଚ୍ଚିଦାନନ୍ଦମ୍’ ମଞ୍ଚକୁ ସେ ଉଷ୍ମ କରିଥିଲେ। ତାଙ୍କ ନାଚରେ ମତୁଆଲା ହୋଇଥିଲେ ଦର୍ଶକ। ମଞ୍ଚରେ ଡ୍ୟାନ୍ସ କରୁଥିବା ବେଳେ ଖୋଲି ଯାଇଥିଲା ଡ୍ରେସ୍‌। ଏହା ପରେ ମଧ୍ୟ ମୁକୁଳା ଦେହରେ ମଞ୍ଚ ଉପରେ ଡ୍ୟାନ୍ସ କରିଥିଲେ ରାନୀ। ଝିଲ୍‌ମିଲ୍‌ ଲାଇଟ୍‌ ଭିତରେ ରାନୀ ମଞ୍ଚରୁ ଓହ୍ଲାଇ ମତୁଆଲା ଦର୍ଶକଙ୍କ କାନ କାମୁଡି ଦେଇଥିବା ଅଭିଯୋଗ ହୋଇଥିଲା। ଯାହାର ଭିଡିଓ ଭାଇରାଲ୍ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ରାନୀ। ଆଉ ତା’ପରେ ପୂର୍ବରୁ ଅଲୋଡ଼ା ଓ ଅପରିଚିତା ଥିବା ରାନୀ ରାତାରାତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିଲେ। ଶେଷରେ କଥା ଯାଇ ପହଞ୍ଚିଥିଲା ଥାନାରେ। କମିଶନରେଟ୍ ପୁଲିସ ମାମଲା ରୁଜୁ କରି ଅଶ୍ଳୀଳ ନାଚ ପରିବେଷଣ ନକରିବା ପାଇଁ ଯାତ୍ରା ପାର୍ଟି ମାଲିକ ଓ କମିଟିମାନଙ୍କୁ ଚେତାବନୀ ଦେଇଥିଲେ। ଯାହାର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ କମିଟି ମେମ୍ୱରମାନେ।
ତେବେ ଗତବର୍ଷ କଥା ଏଥର କାହିଁକି ଉଠୁଛି? କଥାଟି ଏମିତି ଦୁଇ ଦିନ ତଳେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ୍‌(ବିଏମ୍‌ସି) ଓ ଖଣ୍ଡଗିରି ମେଳା ଆୟୋଜକଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଯାତ୍ରା ମଞ୍ଚରେ ଅଶ୍ଳୀଳ ଡ୍ୟାନ୍ସ ନକରିବା ପାଇଁ ବିଏମ୍‌ସି ପ୍ରଶାସନିକ ଅଧିକାରୀ ମେଳା ଆୟୋଜକୁ କହିଥିଲେ। ଯେଉଁଥିରେ ମେଳା ଆୟୋଜକ ରାଜି ହୋଇଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଯାତ୍ରା ମୁହାକୁମ୍ଭରେ ଏଥରେ ଅଶ୍ଳୀଳ ଡ୍ୟାନ୍ସର ପସରା ମେଲିବନାହିଁ। ମାତ୍ର ବ୍ୟକ୍ତିଗତ ଭାବେ କୌଣସି ଯାତ୍ରା ଅନୁଷ୍ଠାନ ବା ବ୍ୟକ୍ତି ବିଶେଷକଙ୍କୁ ବାରଣ କରାଯାଇ ନାହିଁ। କିନ୍ତୁ ରାନୀଙ୍କ ଯୁକ୍ତି, ତାଙ୍କ ଯୋଗୁ ଖଣ୍ଡଗିରି ମେଳାରେ ଯାତ୍ରା ପରିବେଷଣ କରିବା ପାଇଁ ନ୍ୟୁ ସଚ୍ଚିଦାନନ୍ଦଙ୍କୁ ବାରଣ କରାଯାଉଛି।

ranipandaରାନୀ କହିଛନ୍ତି-“ଖଣ୍ଡଗିରି ମେଳାରେ ମୁଁ କାହାର କାନ କାମୁଡ଼ି ନାହିଁ। ଯଦି ମୁଁ କାହାର କାନ କାମୁଡ଼ିଛି, ସେ କେବେ ଅଭିଯୋଗ କରିଥିଲା କି? ଆଜକୁ ବର୍ଷେ ବିତିଗଲାଣି, ହେଲେ ଆଜି ପର୍ଯ୍ୟନ୍ତ କାନ କାମୁଡ଼ା ଖାଇଥିବା ବ୍ୟକ୍ତି ଅଭିଯୋଗ କରିନାହାନ୍ତି। ଯେଉଁମାନଙ୍କ କାନ କାମୁଡ଼ି ନାହିଁ, ସେମାନେ ଆଜି ଅଭିଯୋଗ କରୁଛନ୍ତି। ବୋଧହୁଏ ଅଭିଯୋଗ କରୁଥିବା ଲୋକଙ୍କ କାନ କାମୁଡ଼ିଥିଲେ ସେମାନେ ବହୁତ ଖୁସି ହୋଇଥାଆନ୍ତେ।”

ଅଶ୍ଳୀଳତାର ସଂଜ୍ଞାକୁ ନେଇ ରାନୀ କହିଛନ୍ତି-“ବିରୋଧ କରୁଥିବା ଲୋକେ ଅଶ୍ଳୀଳତାର ସଂଜ୍ଞା କଣ କୁହନ୍ତୁ? ଅଶ୍ଳୀଳତା ନାଁରେ ନ୍ୟୁ ସଚ୍ଚିଦାନନ୍ଦଙ୍କୁ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେଲନି। ଏହା ଦ୍ୱାରା ୧୦୦ କଳାକାରଙ୍କ ପେଟକୁ ନାତ ମାରିଲ। ଚଳିତବର୍ଷ ‘ଆଇଟମ୍‌ ଗର୍ଲ ରାନୀ ପଣ୍ଡା’ ନାଟକ ହିଟ୍‌ ହୋଇଛି। ଏହି ନାଟକ ଖଣ୍ଡଗିରିରେ ପରିବେଷଣ ହେଲେ ଅନ୍ୟ ଯାତ୍ରା ପାର୍ଟି ମାଲିକଙ୍କୁ ଅସୁବିଧା ହେବ। ଯେଉଁଥିପାଇଁ ଅଶ୍ଳୀଳତାର ବାହାନା କରି ଗୋଟିଏ ଯାତ୍ରା ପାର୍ଟିକୁ ଖଣ୍ଡଗିରି ଆସିବାକୁ ବାରଣ କରାଯାଉଛି। ଏହା ପଛରେ କେତେକ ଯାତ୍ରା ପାର୍ଟି ମାଲିକ, ଅଭିନେତା ଓ ଅଭିନେତ୍ରୀଙ୍କ ହାତ ରହିଛି।”
https://youtu.be/eVL2524e6_c

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story